ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ପକ୍ଷରୁ ଫାଇଭ ଷ୍ଟାର ମାନ୍ୟତା (୫*)

0 19

ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୧,୨୦୨୩ ରେ ‘ଖଣିଜ ଦିବସ’ ରୂପେ ପାଳି ଆସୁଛି । ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ନାଗପୁରର ରାଜନଗର ନ୍ୟାସନାଲ ଫାୟାର ସର୍ଭିସ କଲେଜ ଅଡିଟୋରିୟମ ଠାରେ ଚଳିତ ମାସ ୧ତାରିଖରେ ଫାଉଣ୍ଡେସନ ଦିବସ ପାଳନ ସକାଶେ ୭୫ ତମ “ ଖଣିଜ ଦିବସ ” ଆୟୋଜନ କରିଥିଲା । ଏକ ଦିନିଆ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲଦ ଯୋଶୀ ଏବଂ କୋଇଲା, ଖଣି ଏବଂ ରେଳ ବିଭାଗର ମନ୍ତ୍ରୀ ଶ୍ରୀ ରୋସାହେବ ପାଟିଲ ଦାନଭେ ଯୋଗଦେଇଥିଲେ । ଭାରତର ଖଣି କ୍ଷେତ୍ରର ପଦକ୍ଷେପ ଏବଂ ସାମ୍ପ୍ରତିକ ପଦକ୍ଷେପକୁ ଆଲୋକିତ କରୁଥିବା ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ବୈଷୟିକ ଅଧିବେଶନର ଏକ ଅଂଶ ଭାବରେ ଖଣି ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ ଏହାକୁ ଉଦ୍ଘାଟନ କରିଥିଲେ । ସ୍ଥାୟୀ ଖଣି ଅଭ୍ୟାସକୁ ବୃଦ୍ଧି କରିବା ପାଇଁ ବର୍ଷ ୨୦୨୧-୨୨ ପାଇଁ ୭୬ଟି(୫*) ପାଞ୍ଚ ତାରକା ମାନ୍ୟତା ପ୍ରାପ୍ତ ଖଣି, ବିଭିନ୍ନ ଖଣି କମ୍ପାନୀ ଦ୍ୱାରା ଉପସ୍ଥାପନା, ଆଇବିଏମ୍ ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ, ଡାକ ଷ୍ଟାମ୍ପ ଏବଂ ସ୍ମରଣିକା ରିଲିଜ୍ ହେଇଥିଲା ।
ଉକ୍ତ ଅବସରରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ୫ ଷ୍ଟାର୍‌ ମାନ୍ୟତା ପ୍ରଦାନ କରାଯାଇଛି।
ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ ଷ୍ଟାର୍‌ ମାନ୍ୟତା ୨୦୨୩ ମାର୍ଚ୍ଚ ୧ରେ ‘ ଖଣିଜ ଦିବସ’ ଅବସରରେ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ତାଙ୍କ ସହିତ ଇସ୍ପାତ ଓ ଖଣି ସଚିବ ଶ୍ରୀ ବିବେକ ଭରଦ୍ବାଜ, ଅତିରିକ୍ତ ସଚିବ ଏବଂ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସର କଂଟ୍ରୋଲର ଜେନେରାଲ ଉପସ୍ଥିତ ରହି ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସାମାଜିକ ଦାୟିତ୍ଵବଦ୍ଧତା, ପରିବେଶଗତ ଅନୁକୂଳ, ବୈଷୟିକ ଏବଂ ବିଜ୍ଞାନସମ୍ମତ ଭାବରେ ମଜଭୁତ ଖଣିକାର୍ଯ୍ୟ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ଭୂମି ବ୍ୟବହାର କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିବା ସକାଶେ କେନ୍ଦ୍ରଖଣି ମନ୍ତ୍ରଣାଳୟ ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ୫ ଷ୍ଟାର୍ ଖଣି ମାଲିକମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଆଇବିଏମ୍, ନାଗପୁର ପକ୍ଷରୁ ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରାଯାଇଥିଲା ।
ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ତାହାର ବାଫିଲମାଳି, ଆମପାଣି, ଭୂସର ଓ ସାମ୍ରି ଆଦି ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ ବକ୍ସାଇଟ ଖଣିଗୁଡିକ ସକାଶେ ଚାରିଟି ୫ଷ୍ଟାର୍‌ ମାନ୍ୟତା ଲାଭ କରିସାରିଛି। ହିଣ୍ଡାଲ୍‌କୋର ସର୍ବବୃହତ୍ ଖଣି ଭାବରେ ବାଫିଲମାଳି ବକ୍ସାଇଟ ଖଣି ବକ୍ସାଇଟ ଉତ୍ତୋଳନ, ଜମିର ପୁନଃଭରଣା ଏବଂ ପୁନର୍ବାସ, ସିଏସ୍‌ର ଏବଂ ଦୀର୍ଘସ୍ଥାୟୀ ପ୍ରୟାସସମୂହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୧-୨୨ ବର୍ଷ ପାଇଁ ରିଟର୍ଷର ଯାଞ୍ଚ, ରେକର୍ଡ
ଏବଂ ସଫଳତା ଆଦି ସମୟରେ ଆଇବିଏମ୍ ଅଧିକାରୀମାନଙ୍କ ଦ୍ଵାରା କଡାକଡି ତଦାରଖ କରାଯିବା ପରେ ଏହି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା। ବାଫିଲମାଳି ବକ୍ସାଇଟ ଖଣିକୁ ଏସଡିଏଫ ସର୍ଭାବଳୀନ ଅନୁପାଳନ କରି ଏହାର ପ୍ରଶଂସନୀୟ ଏବଂ ସଠିକ କାର୍ଯ୍ୟ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ସମାରୋହରେ ଶ୍ରୀ ରାଜେଶ ଗୁପ୍ତା, ବିଜନେଓ ହେଡ, ହିଣ୍ଡାଲ୍‌କୋ, ଶ୍ରୀ ବ୍ରିଜେଶ ଝା, ବକ୍ସାଇଟ ହେଉ, ହିଣ୍ଡାଲ୍‌କୋ, ଶ୍ରୀ ମୁକେଶ କୁମାର ଝା, ମାଇନ୍ସ ହେଉ, ଉତ୍କଳ ଆଲୁମିନା, ଶ୍ରୀ କେ ସି ଜ୍ୟୋତିଷୀ,ଜିଓଲୋଜି ହେଉ, ଉତ୍କଳ ଆଲୁମିନା ଏବଂ ଶ୍ରୀ ପ୍ରଦ୍ୟୁମ୍ନ ଦାସ, ମ୍ୟାନେଜର ମାଇନ୍ସ, ଉତ୍କଳ ଆଲୁମିନା ଏବଂ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୧ ମାର୍ଚ୍ଚ ୧୯୪୮ ରେ ଜାତୀୟ ଖଣିଜ ନୀତି ସମ୍ମିଳନୀର ସୁପାରିଶକୁ ଆଧାର କରି ଭାରତୀୟ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ସୃଷ୍ଟି ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ଉପଦେଷ୍ଟା ସଂସ୍ଥା ଭାବରେ ଆରମ୍ଭ ହୋଇ ଆଇବିଏମ୍ ଦେଶର ଖଣି ଏବଂ ଖଣିଜ ଶିଳ୍ପର ବିଭିନ୍ନ ଦିଗ ସହିତ କାର୍ଯ୍ୟ କରୁଥିବା ଏକ ପ୍ରମୁଖ ଜାତୀୟ ସଂଗଠନ ଭାବରେ ଉଭା ହୋଇଛି; ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପରେ ନିୟୋଜିତ ହେବା ସହିତ ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାର ମୂଖ୍ୟ ଭୂମିକା ପୂରଣ କରିଆସିଛି ।
ଉତ୍କଳ ଆଲୁମିନାର ୟୁନିଟ ହେଡ୍ ତଥା ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍ ଆନନ୍ଦ ପ୍ରକାଶ କରିବା ସହିତ ଏହି ପୁରସ୍କାର
ନିମନ୍ତେ ଆଇବିଏମ୍କୁ କୃତଜ୍ଞତା ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଉତ୍କଳ ଆଳୁମିନା ଦୀର୍ଘସ୍ଥାୟୀ ଖଣି ମାନକ ଅନୁପାଳନ କରି ଜନସାଧାରଣଙ୍କର ସାମଗ୍ରିକ ବିକାଶ ନିମନ୍ତେ ସର୍ବଦା ପ୍ରତିବଦ୍ଧ ରହିଛି।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ
ଇଷ୍ଟର୍ଣ୍ଣ ପ୍ରେସ ଏଜେନସି ( ଇପିଏ ନିଉଜ )

Leave A Reply

Your email address will not be published.