ଉତ୍କଳ କେଶରୀ ଙ୍କ ଜୟନ୍ତୀରେ ଜିଲ୍ଲା ସ୍ଥରୀୟ ଗଣଦୌଡ ଅନୁଷ୍ଠିତ

0 13

ନବଉତ୍କଳର ନିର୍ମାତା, ଉତ୍କଳ କେଶରୀ ତଥା ଓଡ଼ିଶାର ବରପୁତ୍ର ଏବଂ ୪୦ ଦଶକର ଓଡ଼ିଶାର ପ୍ରଥମ ମୁଖମନ୍ତ୍ରୀ ଓ ଭଦ୍ରକ ର ଗୌରବ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜୟନ୍ତୀ |ଡ଼ଃ ମହତାବଙ୍କ ଜନ୍ମ ମାଟି ଭଦ୍ରକ ଆଗରପଡାରେ ହୋଇଥିବା ହେତୁ ଭଦ୍ରକ ବେଶ ଗର୍ବିତ ମନେ କରନ୍ତି |

ଏହି ଜୟନ୍ତୀରେ ଭଦ୍ରକ ଜିଲ୍ଲା ସ୍ଥରୀୟ ଏକ ଗଣଦଉଡ଼ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି |ପ୍ରଥମେ ମହତାବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ମହାତାଵ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଗଣଦଉଡ଼ କାର୍ଯ୍ୟକ୍ରମ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ବହୁ ସମାଜ ସେବି ସଂଗଠନଙ୍କ ସମେତ ବହୁତ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ଜିଲ୍ଲା ପାଳଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଯୋଗଦେଇ ମହାନ ବ୍ୟକ୍ତିତ୍ବ ଙ୍କ ଜୟନ୍ତୀରେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ |

ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.