ଉତ୍ତରପ୍ରଦେଶର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ହତ୍ୟା ଓ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଗିରଫ ପ୍ରତିବାଦ
ରାଜ୍ୟ ଛାତ୍ର କଂଗ୍ରେସ ଆହ୍ୱାନ କ୍ରମେ ଉତ୍ତରପ୍ରଦେଶର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ହତ୍ୟା ଓ ଅଲ ଇଣ୍ଡିଆ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବେଆଇନ ଗିରଫ ପ୍ରତିବାଦରେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ଏମ.ପି. ସି କଲେଜ ସମ୍ମୁଖରେ ଜିଲ୍ଲା ଛାତ୍ର ସଭାପତି ଶ୍ରୀ ମୋତି ପ୍ରକାଶ ଦାଶ ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ଓ ଧାରଣା ଦିଆଯାଇଥିଲା। ଭାରତର ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀଙ୍କର ପୁଅ ଗାଡି ଚଳାଇ ଚାଷୀ ମାନଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାଁରେ ହତ୍ୟା ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ବିଜେପି ସରକାର କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କଂଗ୍ରେସ ନେତା ମାନଙ୍କୁ ଗିରଫ ଓ ଘଟଣା ସ୍ଥଳକୁ ନଯିବାକୁ ଦେବା ପ୍ରତିବାଦ ରେ ଆଜି ଛାତ୍ର କଂଗ୍ରେସ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କର କୁଶପୁଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ରାଜ୍ୟ ଉପସଭାପତି ଶ୍ରୀମତୀ ସରସ୍ବତୀ ହେମ୍ବ୍ରମ, ଜିଲ୍ଲା ଉପସଭାପତି ଶ୍ରୀ ଅରବିନ୍ଦ ଦାସ, ଯୋଗେଶ ଅଗ୍ରୱାଲ, ଟାଉନ ସଭାପତି ଶ୍ରୀ ଶାନ୍ତନୁ ପାଲ, ପ୍ରଦୀପ ମିଶ୍ର, ଟୁକୁଲା ମିଶ୍ର, ତାରକାନ୍ତ ବେହେରା, ମୁନା ରଥ, ଦୀପକ ଦାଶ, ସୁଦୀପ ମନ୍ତ୍ରୀ, ସ୍ୱାଗନ ଦାସ, ନିର୍ମଳ ପ୍ରଧାନ, ହରି ଶଙ୍କର ଦାସ, ମହିଳା ନେତ୍ରୀ ସୁସ୍ମିତା ଘୋଷଲ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ମଧୁସ୍ମିତା ଦାସ, ଛାତ୍ର କଂଗ୍ରେସର ଆରବ କୁମାର ପଣ୍ଡା, ଏ.ସ କେ ସାକିଲ, ନୟନ ଦାସ, ସତ୍ୟପ୍ରକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )