ଉତ୍ତରପ୍ରଦେଶର ଳକ୍ଷ୍ମୀପୁର ଖେରୀ ଚାଷୀ ହତ୍ୟା ଓ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ

0 114

ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଚାଷୀ ହତ୍ୟା ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ ପ୍ରତିବାଦରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ଚାଷୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁତ୍ର ଗାଡି ଚଢାଇ ୮ଜଣ କୃଷକଙ୍କୁ ହତ୍ୟା କରିବା ଘଟଣା ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ରମଣ ଓ ଗିରଫ କରାଯିବାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିଲା । କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଦାୟିତ୍ୱଗ୍ରହଣ କରିବା ପରଠୁ ଚାଷୀଙ୍କ ସମସ୍ୟା ପ୍ରତି ଅଣଦେଖା କରି ଆସୁଛି । ତାର ପ୍ରତିବାଦରେ ସମଗ୍ର ଦେଶରେ ଚାଷୀମାନେ ଆନ୍ଦୋଳନ ଓ ପ୍ରତିବାଦ କ୍ରମଶଃ ବଢିବାରେ ଲାଗିଛି । ଗଣତାନ୍ତ୍ରିକ ଉପାୟରେ ନିଜର ହକ୍ ହାସଲ କରିବା ପାଇଁ ଚାଷୀଙ୍କ ପ୍ରତିବାଦର ସ୍ୱରକୁ ଦବାଇବା ଏବଂ ସେମାନଙ୍କ ସମସ୍ୟାକୁ ସମର୍ଥନ ଜଣାଇବାକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଆକ୍ରମଣ ଓ ଗିରଫ କରିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଗମାଙ୍ଗ କହିଥିଲେ ।ତାପରେ ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସମ୍ପାଦକ ସଞ୍ଜୟ କୁମାର ଅଧିକାରୀ,ରାଜ୍ୟ କିଶାନ କଂଗ୍ରେସ ଦାୟିତ୍ୱରେ ଥିବା ରଶ୍ମିରଞ୍ଜନ ପଟନାୟକ,ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ କାର୍ଯ୍ୟକାରିଣୀ ବେର୍ଣ୍ଣିକ ଗମାଙ୍ଗ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଭିମନ୍ୟୁ ପଣ୍ଡା,ଇଶ୍ୱର ମାଝି(କୁନା),ଜିଲ୍ଲା ପରିଷଦ ସଦସ୍ୟ ବାଳକୃଷ୍ଣ ମଲ୍ଲିକ,ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ, ଜିଲ୍ଲା ଉପସଭାପତି ମଫିଏଲ ସ୍ୱାଲସିଂ, ଗୁମ୍ମାବ୍ଲକ ସଭାପତି ଲଳିତମୋହନ ଦଣ୍ଡସେନା, ଜିଲ୍ଲା କୋଷାଧ୍ୟକ୍ଷ ରାଧାକାନ୍ତ ରଥଙ୍କ ସମେତ ଜିଲ୍ଲା ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲିପି ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.