ଉଦଘାଟିତ ହେବ ବିଜୁପଟ୍ଟନାୟକ ସନ୍ତରଣlଗାର, ଜିଲ୍ଲାର ସନ୍ତରଣ ଓ ଜଳକ୍ରୀଡାପ୍ରେମୀ ଙ୍କ ନିମନ୍ତେ ଅପୂର୍ବ ସୁଯୋଗ

0 8

ସୁବର୍ଣ୍ଣପୁର :ତା ୨୫ ନଭେମ୍ବର ରେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆଁ ସ୍ମାର୍ଟ କାର୍ଡ ବିତରଣ କରିବେ ଏବଂ ବିଭିନ୍ନବିଭାଗ ର ୬୭ ଗୋଟି ଜନକଲ୍ୟାଣକାରୀ ଯୋଜନାର ଶୁଭଉଦଘାଟନ କରିବା ସହିତ ୩୫ ଟି ନୂତନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ l ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ୧ ,୫୩ ,୯୦୨ ଜଣ ହିତାଧିକାରୀ ନୁଆଁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇବେ l ଏମାନଙ୍କ ମଧ୍ୟରୁ 6ଟି ବ୍ଲକରେ ଗ୍ରାମ୍ୟଞ୍ଚଳ ର୧ ,୪୫ ,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮ ,୭୪୫ ଜଣ ହିତାଧିକାରୀ ଏହି ଯୋଜନାରେ ଲାଭନ୍ୱିତ ହେବେ l ଏହି କାର୍ଡ ଦ୍ୱାରା ହିତାଧିକାରୀଙ୍କ ପରିବାରର ସବୁ ସଦସ୍ୟ ଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ସହାୟତା ରହିଥିବା ବେଳେ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି l ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗରେ ୭୯ କୋଟି ୨୨ ଲକ୍ଷ ୧୩ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଥିବା ୬୭ ଗୋଟି ପ୍ରକଳ୍ପର ଶୁଭଉଦଘାଟନ ହେବ, ଆହୁରି ମଧ୍ୟ ୧୪୮ ,୦୪ ,୮୨୦୦ ଅଟକଳ ଥାଇ ୩୫ ଗୋଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲକାର୍ପିତ ହେବାକୁ ଥିବା ଏହିସବୁ ଜନକଲ୍ୟାଣକାରୀ ଯୋଜନା ର ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମ ରୂପାୟନ ସଭା ନୂତନ ଭାବରେ ୫ ,୩୪ ,୦୬୦୦୦ ଟଙ୍କା ବ୍ୟୟରେ ସହର ଉପକଣ୍ଠରେ ନିର୍ମିତ ଟାଉନ ହଲ ଠାରେ ହେବ l
ଏହି ପରିପ୍ରେକ୍ଷୀରେ ସୋନପୁର ରେ ଉଦଘାଟନ ଅପେକ୍ଷା ରେ ଥିବା ବିଜୁପଟ୍ଟନାୟକ ସୁଇମିଙ୍ଗ ପୁଲ ନିଶ୍ଚିତ ଭାବରେ ଜିଲ୍ଲା ପାଇଁ ବିଶେଷ ଉପହାର ହେବ l ୪.୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣlଗାର ଜିଲ୍ଲାରେ ସନ୍ତରଣ ଏବଂ ଜଳକ୍ରୀଡା ପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ l ୫୦ ମିଟର ଲମ୍ବ ଏହି ସୁଇମିଙ୍ଗ ପୁଲ ରେ ପୁରୁଷ ଓ ମହିଳା ଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ରହିବେ ଏବଂ ଅଲଗା ଅଲଗା ପ୍ରସାଧନ କକ୍ଷ ରହିବ l ୨୦୧୮ ରେ ଆରମ୍ଭ ହୋଇ ୨୦୨୦ ରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଏହି ସୁଇମିଙ୍ଗ ପୁଲ କରୋନା ମହାମାରୀ ଯୋଗୁଁ କାର୍ଯ୍ୟକ୍ଷମ ହେବାରେ ବାଧା ସୃଷ୍ଟି ହୋଇଥିଲା ମାତ୍ର ବର୍ତମାନ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଇଥିବl ସହ ଜିଲ୍ଲାରେ ୯୪% ଜନସାଧାରଣ କରୋନା ଟୀକା ନେଇଥିବl ହେତୁ ଏହାର ଉଦଘାଟନ କରାଯିବାକୁ ପଦକ୍ଷେପ ନିଆଯାଇଛି l ଏହି ସୁଇମିଙ୍ଗ ପୁଲ ଦ୍ୱାରା ଜିଲ୍ଲାର ବହୁ କ୍ରୀଡ଼ାବିତ ସେମାନଙ୍କ କ୍ରୀଡା ଦକ୍ଷତା ରାଜ୍ୟ ଓ ଜାତୀୟ ସ୍ତରରେ ଦେଖାଇବାକୁ ସୁଯୋଗ ପାଇବେ l ଏହି କାର୍ଯ୍ୟକ୍ରମ ଜିଲ୍ଲା ପାଇଁ ଏକ ନୂତନ ଯୁଗର ବାର୍ତ୍ତାବହ ହୋଇପାରିବ

ସୁବର୍ଣ୍ଣପୁର ଇପିଏ ରୁ ଲିପିକା ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.