ଉଦଘାଟିତ ହେଲା ଜିଲ୍ଲା କୋର୍ଟ କମ୍ପେ୍ଲକ୍ସ l

0 7

ବହୁ ପ୍ରତିକ୍ଷିତ ଜିଲ୍ଲା ନ୍ୟାୟାଳୟର ନୂତନ କୋଠାର ହେଲା ଶୁଭ ଉଦ୍‌ଘାଟନ । ଓଡିଶା ହାଇକରୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡ. ଏସ୍‌. ମୁରଲିଧରଙ୍କ କରକମଳରେ ଉଦ୍‌ଘାଟିତ ହେଲା ଘୋଡାଘାଟପଡା ଐତିହାସିକ ଶଶୀସେଣା ମନ୍ଦିର ସମ୍ମୁଖରେ ଖୁବ୍ ଆକର୍ଷଣୀୟ ଢଙ୍ଗରେ ନିର୍ମାଣ ହୋଇଥିବା ଜିଲ୍ଲା ନ୍ୟାୟାଳୟର ନୂତନ କୋଠା । ଉଦ୍‌ଘାଟନୀ ସମାରୋହରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସି.ଆର୍ . ଦାଶ ଏବଂ ଜଷ୍ଟିସ୍ ଶତ୍ରୁଘ୍ନ ପୂଝାରୀ ଉପସ୍ଥିତ । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ମଧ୍ୟ ଉପସ୍ଥିତ । ବହୁତଳ ବିଶିଷ୍ଟ ଏହି ସୁରମ୍ୟ କୋଠାରେ ଶତାଧିକ କୋଠରୀ ରହିଛି । ଏହି କମ୍ପେ୍ଲକ୍ସରେ ବିଭିନ୍ନ ନ୍ୟାୟାଳୟ କାର୍ଯ୍ୟ କରିବ ବୋଲି ଜଣା ପଡିଛି ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.