ଏକ ଘର ଭିତରୁ ୩ଟି ମୃତଦେହ ଉଦ୍ଧାରକଲା ପୁଲିସ ଗୃହକର୍ତ୍ତା ଫେରାର

0 6

ଝାରସୁଗୁଡା ର ବ୍ରଜରାଜନଗର ଥାନା ଗଙ୍ଗାନଗର ଫାଟକ ପଡା ଗ୍ରାମରେ ପୁଲିସ ଏକ ଗୃହ ମଧ୍ୟରୁ ମା’୍‌ଏବଂ ଦୁଇଟି ନାବାଳିକା ଝିଅଙ୍କର ମୃତ ଦେହ ଉଦ୍ଧାର କରିଛି । ମୃତକ ୩ ଜଣ ହେଲେ ୨୮ ବର୍ଷୀୟା ସୋନି ପୋଦାର, ତାଙ୍କ ୫ ବର୍ଷୀୟା ଝିଅ ମୁସ୍କାନ ଓ ୩ ବର୍ଷୀୟା ରାଧିକା ।ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଫେରାର ଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ମୃତକ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ପୁଲିସ ତାର କୈାଣସି ସନ୍ଧାନ ନପାଇବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତ୍ୟେକ୍ଷ ଦର୍ଶିଙ୍କ ସୁଚନା ଅନୁଯାୟୀ ଆଜି ସକାଳେ ଘରେ ନାରାୟଣ ନ ଥିବା ବେଳେ ମା’ ଓ ୨ ଝିଅଙ୍କ ମୃତଦେହ ପଡ଼ିଥିଲା। ଏହା ଦେଖି ପଡ଼ୋଶୀ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.