ଏନଏଚଆଇ ର ଅପାରଗତା

0 22

ପୋଲ ଭାଙ୍ଗି ଇତିହାସ ପାଲଟିଲା ୧୦୦ବର୍ଷ ପୁରୁଣା ପୋଲ

ସକାଳ ୭ଟାରେ ଟ୍ରକ ଗିଆରବକ୍ସ, ଷ୍ଟେରିଙ୍ଗ କୁ ଗେସକଟର ଆରି କରତରେ କାଟି ଘଟଣା ଘଟିବା ୧୦ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର ସନ୍ତୋଷ ଲାକ୍ରା ଓରଫ ବାଘ ୨୭ବର୍ଷ।କେନ୍ଦୁଝର ରୁ ସ୍ପଞ୍ଜ ଲୁହାପଥର ଦୃତଗତିରେ ଦେବଗଡ ପଟୁ କୁଚିଣ୍ଡା ପଟକୁ ଆସୁଥିବା ଟ୍ରକ ଟି ଏନଏଚ ୪୯କୁଚିଣ୍ଡା ସହର ନିକଟସ୍ଥ ଖର୍ଲା ନଦୀ ଉପରେ ଗ୍ରେଟବ୍ରିଟେନ,ସ୍କଟଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୁତି ଅଞ୍ଚଳରୁ ୧୯୦୫ମସିହାରେ ନିର୍ମାଣ ହୋଇଥିବା ସଂକୀର୍ଣ୍ଣ ପୋଲରେ ୧୬ଟନ ଲୁହାପଥର ବୋଝେଇ ହୋଇଥିବା ଟ୍ରକ ବାଡେଇ ହେବାରୁ ବ୍ରିଜ ଗୋଟିଏ ସ୍ପାମ ରୁ ଲୁହା ଖସି ଯାଇ ବ୍ରିଜ ସହିତ ଟ୍ରକ ନଦୀ ଭିତରେ ଗଲି ପଡିଯାଇଥିଲା।ଟ୍ରକ ହେଲପର କୁ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତରିତ କରିଥିବା ସମୟରେ ଗାଡି ଷ୍ଟିୟରିଂ ରେ ଚାପିହୋଇଥିବା ଡ୍ରାଇଭରକୁ ଅନ୍ଧାର ରାତ୍ରୀରେ ଉଦ୍ଧାର କାର୍ଯ୍ୟ ଚଲାଇ ଆଜି ସକାଳ ୭ଟାରେ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଝୂଲେନ ପୋଲ ଏକ ଦୁର୍ବଳ ଲୁହା ପୋଲ ହୋଇଥିବା ସମୟରେ ଏହାର ମରାମତି କରାନଯାଇ ବହୁ ଓଜନିଆ ଗାଡି ବ୍ରିଜ ଉପରେ ଚଳାଚଳ କରାଯାଇଥିଲା।ଏନଏଚଆଇ ବ୍ରିଜ ଭାଙ୍ଗିଯିବ ବୋଲି ପୂର୍ବରୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏନଏଚଆଇ ଘଟଣା କୁ ଭୃକ୍ଷେପ କରିନଥିଲେ। ଯାହାଫଳରେ ବ୍ରିଜ ଭାଙ୍ଗି ଇତିହାସ ପାଲଟିଗଲା। ବ୍ରିଜ ଭାଙ୍ଗିବା ପରେ କୁଚିଣ୍ଡା ସହରାଞ୍ଚଳ ବ୍ୟବହାର କରୁଥିବା ରାସ୍ତା ବନ୍ଦ ହୋଇଛି। ଏହାକୁ ତୁରନ୍ତ ନିର୍ମାଣ କରି ଏକ ବିକଳ୍ପ ରାସ୍ତା କରାନଗଲେ ଆଗାମୀ ଦିନରେ ଏହାକୁ ନେଇ ଜନଅସନ୍ତୋଷ ହେବା ସହ ଆନ୍ଦୋଳନ ମଧ୍ୟ ହେବ। କୁଚିଣ୍ଡା ଉପଜିଲ୍ଲାପାଳ, ସ୍ଥାନୀୟ ଜନସାଧାରଣ, ଏନଏସି କର୍ମଚାରୀ,ଫାୟାର,ପୃର୍ତ୍ତ ବିଭାଗ,ଏନଏଚଆଇ ପକ୍ଷରୁ ଅସମ୍ପୂର୍ଣ୍ଣ ନୂତନ ବ୍ରିଜ କୁ ରାତ୍ରି ମଧ୍ୟରେ ମରାମତି କରି ଆଜି ସକାଳ ୬.୦୦ଘଣ୍ଟା ସମୟ ରୁ ଜାତୀୟ ରାଜପଥ ୪୯ ରେ ଯାତାୟାତ ସ୍ବଭାବିକ କରାଯାଇଥିବାରୁ କୁଚିଣ୍ଡା ବିକାଶ ପକ୍ଷରୁ ପ୍ରଶାସନ କୁ ଧନ୍ୟବାଦ ଜଣାଇବା ସହିତ ଏହାକୁ ନିର୍ମାଣ ପାଇଁ ଦାବି କରିଛନ୍ତି।

କୁଚିଣ୍ଡା ଇପିଏରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.