ଏନ୍ ସି ସି ଦ୍ୱାରା ଆଜାଦୀ କା ବିଜୟ ମହୋତ୍ସବ

0 8

ଏନ୍ ସି ସି ପକ୍ଷରୁ ବୀର ଶହୀଦ ଙ୍କୁ ସମ୍ମାନ

ଭୁବନେଶ୍ୱର :ଭାରତ ସରକାରଙ୍କ ଆହ୍ୱାନକ୍ରମେ ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ ସି ସି) ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଙ୍କ ନିର୍ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୁରଣ ଅବସରରେ ଆଜାଦୀ କା ବିଜୟ ମହୋତ୍ସବ ଓ ଏନ୍ ସି ସି ବିଜୟ ଶୃଙ୍ଖଳା ଅନ୍ତର୍ଗତ କାର୍ଯ୍ୟକ୍ରମ ଉପଲକ୍ଷେ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ ପୁରୀ ଆନୁକୁଲ୍ୟରେ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କ ପରିବାର କୁ ସନ୍ନମାନିତ କରିବା ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏନ୍ ସି ସି ବିଜୟ ଶୃଙ୍ଖଳା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ସାରା ଭାରତରେ ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ୭୫ ଜଣ ବୀରଙ୍କ ପରିବାରକୁ ୭୫ ଟା ସ୍ଥାନରେ ସନ୍ନମାନିତ କରିଯିବାର କାର୍ଯ୍ୟକ୍ରମ ଅଛି ଯାହା ମଧ୍ୟରେ ପୁରୀ ଅନ୍ୟତମ l
ଏହି ଯୁଦ୍ଧରେ ଶହୀଦ ହୋଇଥିବା ଓଡିଶା ର ଦୁଇ ବୀର ସହିଦ ଫ୍ଲାଇଙ୍ଗ ଅଫିସର ପ୍ରକାଶ ସାହୁ ଏବଂ ଗାର୍ଡ କାଶୀନାଥ ସାହୁ ଙ୍କ ପରିବାରର ନିକଟ ସମ୍ପର୍କୀୟ ଙ୍କୁ ସମଗ୍ର ଦେଶରେ ଯୋଜନା ହୋଇଥିବା ଏନସିସି ବିଜୟ ଶୃଙ୍ଖଳା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ପୁରୀର ଷଷ୍ଠ ଓଡ଼ିଶା ଏନ୍ ସି ସି ବାଟାଲିଅନରେ ଉତ୍ତରୀୟ , 0 ପତ୍ନୀ ଶ୍ରୀମତୀ ପ୍ରଶାନ୍ତି ସାହୁ ଓ ସହିଦ ଫ୍ଲାଇଙ୍ଗ ଅଫିସର ପ୍ରକାଶ ସାହୁ ଙ୍କ ଭାଇ ଶ୍ରୀ ପ୍ରଭାତ ସାହୁ ସମ୍ନାନ ଗ୍ରହଣ କରିଥିଲେ | ଏଥିରେ ଉଭୟେ ନିଜର ବିଗତ ଦିନର ଅନୁଭୂତି, ତ୍ୟାଗ ତଥା ସଂଘର୍ଷ ର କାହାଣୀ ପ୍ରକାଶ କରିଥିଲେ ଯାହା ସମସ୍ଥଙ୍କ ର ହୃଦୟ ସ୍ପର୍ଶୀ ହୋଇଥିଲା | ବୀର ସହିଦଙ୍କ ତ୍ୟାଗ, ବୀରତ୍ୱ ଓ ବଳିଦାନ କୁ ସମସ୍ଥେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସହ ସେମାନଙ୍କ ପରିବାରର ତ୍ୟାଗ ଓ ଧୌର୍ଯ୍ୟ କୁ ପ୍ରଶଂସା ଓ ସମ୍ନାନ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଷଷ୍ଠ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ଭାରପ୍ରାପ୍ତ କମାଣ୍ଡିଂ ଅଫିସର କର୍ଣେଲ ପ୍ରସୂନ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇଥିଲେ |
ଏହି ଅବସରରେ ଏନ୍ ସି ସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀ ଦିଲ୍ଲୀ ଙ୍କ ଦ୍ଵାରା ପରିଚାଳିତ ସର୍ବ ଭାରତୀୟ ଏନ୍ ସି ସି ର “ସି” ସାର୍ଟିଫିକେଟ ପରୀକ୍ଷାରେ ବିଗତ (୨୦୨୦-୨୧) ବର୍ଷ ସର୍ବମୋଟ ୫୦୩ ମାର୍କ ରଖିବା ସହ ଓଡିଶା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଏହି ଏନ୍ ସି ସି ବାଟାଲିଅନର ତଥା ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନ୍ ସି ସି କ୍ୟାଡେଟ ରୋଜି ମହାପାତ୍ରଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ, ଏସ ଏମ ଏସ ମହାବିଦ୍ୟାଳୟର ଡ଼ଃ ଶୁଭେନ୍ଦୁ ମିଶ୍ର, ଦୟାବିହାର ମହାବିଦ୍ୟାଳୟର ଡ଼ଃ ପ୍ରତାପ ହରିଚନ୍ଦନ ପରିଚାଳନା କରିଥିଲେ | ଏଥିରେ ଶତାଧିକ ଏନସିସି କ୍ୟାଡେଟ ମାନଙ୍କ ସହ ଏନ ସି ସି ଅଫିସ ର ସମସ୍ଥ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

ଭୁବନେଶ୍ୱର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.