ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ଅନ୍ତର୍ରାଷ୍ଟୀୟ ପ୍ରସିଦ୍ଧ ସାହିତ୍ୟକାର ମନୋରମା ମହାପାତ୍ର ଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ବିଜୟ କୁମାର ରାମଙ୍କ ଦ୍ବାରା ଆଯୋଜିତ ଏହି କାର୍ଯ୍ୟକ୍ରମରେ ଏନ ଏସ ଏସ ର ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସ୍ବର୍ଗତ ମନୋରମା ଙ୍କ ଆତ୍ମ ଶାନ୍ତି ନିମନ୍ତେ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଙ୍କ ଦିଗ୍ଦର୍ଶନରେ ଠିଆ ହୋଇ ଏକ ମିନିଟ ର ଏକ ମୌନ ପ୍ରାର୍ଥନା କରି ଥିଲେ। ଅଧକ୍ଷ ଡା ପ୍ରଦୀପ କୁମାର ମିଶ୍ର ମନୋରମା ମହାପାତ୍ର ଙ୍କ ଜୀବନୀ ଉପରେ ସୁନ୍ଦର ଆଲୋକପାତ କରିଥିଲେ। ସାମାଜିକ ଦୂରତା ସହିତ ମାସ୍କ ବ୍ୟବହାର କରି ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇଛି। ବିଜୟ ରାମ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ରାଇରଙ୍ଗପୁର ଇପିଏ ରୁ ନିଗମାନଦ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )