ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଓଁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭାବରଡା ଗ୍ରାମ ରେ ମାଗଣା ଚିକିତ୍ସା ଶିବିର ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଁ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବେଶ ସାହୁ ଙ୍କ ନେତୃତ୍ୱ ରେ ଅନୁଭବ ଏହି କାର୍ଯ୍ୟକ୍ରମ ରେ ଭାବରଡା ଗ୍ରାମର ଲୋକମାନଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହିତ ସ୍ୱାସ୍ଥ୍ୟ ରକ୍ଷା ର ବିଭିନ୍ନ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା। ଏହା ବ୍ୟତୀତ ଗଛ କାଟିବା ଦ୍ୱାରା ପରିବେଶ ଉପରେ ପଡୁଥିବା କୁ ପ୍ରଭାବ ସମ୍ପର୍କରେ ସଚେତନ କରାଯିବା ସହିତ ଗ୍ରାମ ର ପ୍ରତ୍ୟେକ ପରିବାର କୁ ବିଭିନ୍ନ ପ୍ରକାର ଚାରା ବଣ୍ଟନ କରାଯାଇ ବୃକ୍ଷ ରୋପଣ ସକାଶେ ଉତ୍ସାହିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ରଭାସ ସାହୁ , ରାଜା ବରାଡ , ଟୋନି ବରାଡ , ସୁଦାମ ଜେନା , ସୁଶାନ୍ତ ଜେନା , ଚନ୍ଦନ ବରାଡ , ଟିକି ବରାଡ , ଆଶୁତୋଷ ସାହୁ , ମଧୁସ୍ମୀତା ସାହୁ ପ୍ରମୁଖ ସହଯୋଗ କରିଥିଲେ।
ପୋଲସରା ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )