ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାୟଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

0 18

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା ଠାରେ ଭିଡିଓ କନ୍‍ଫେରେନ୍‍ସିଂ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ରାୟଗଡ ଠାରେ ଭିଡିଓ କନ୍‍ଫେରେନ୍‍ସିଂ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଶୁଭାରମ୍ଭ କରିଛନ୍ତି । ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ପାଇ ରାୟଗଡା ଜିଲ୍ଲାରେ ୨,୫୨,୧୯୧ ପରିବାରର ୮,୩୪,୫୭୦ ବ୍ୟକ୍ତି ଉପକୃତ ହେବେ । ପ୍ରତି ପରିବାର ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ପାଇବା ସହ ପରିବାରର ମହିଳା ସଦସ୍ୟଙ୍କ ପାଇଁ ଏହା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେବଳ କାର୍ଡ ସହିତ ଡାକ୍ତରଖାନା ଯାଇ ବିନା କୌଣସି ଅସୁବିଧାରେ ସମସ୍ତ ଚିକିତ୍ସାର ସୁବିଧା ପାଇପାରିବେ ବୋଲି ମୂଖ୍ୟମନ୍ତ୍ରୀ କହିଛନ୍ତି। ରାୟଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ଲକ୍ଷ ୩୦ହଜାର ଲକ୍ଷ ସ୍ମାର୍ଟ କାର୍ଡ ପାଇବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ ।
ଏହି କାର୍ଡ ବ୍ୟବହାର କରି ବର୍ତ୍ତମାନ ହିତାଧିକାରୀମାନେ ବିନା କୌଣସି ଅସୁବିଧାରେ ଓଡିଶା ସମେତ ଦେଶର ୨୦୦ଟି ଡାକ୍ତରଖାନା ଶୃଙ୍ଖଳୀତ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ୯୬ଲକ୍ଷ ପରିବାରର ପ୍ରାୟ ୩.୫କୋଟି ଲୋକ ଉପକୃତ ହେବେ। ଏହି ପଦକ୍ଷେପକୁ ଐତିହାସିକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ ପରିବାରର ଆର୍ଥିକ ସମସ୍ୟା ରହିଥାଏ । “ଯେତେବେଳେ ପରିବାରର କେହି ଅସୁସ୍ଥ ହୁଅନ୍ତି, ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ କିପରି ବ୍ୟବସ୍ଥା କରାଯିବ ସେନେଇ ଚାପ ଏବଂ ଉତ୍ତେଜନା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ଜନୀତ ସମସ୍ୟା ସମୟରେ ସାଧାରଣତଃ ଅନେକ ନିଜ ଜମି ବିକ୍ରୟ କରନ୍ତି, ଆଉ କେହି ଋଣ କରନ୍ତି କିମ୍ବା କେହି କେହି ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ବନ୍ଦ କରିଦିଅନ୍ତି ଯାହା କି ତାଙ୍କୁ ବହୁତ ଦୁଃଖ ଦେଇଥାଏ । ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ । ଏଣୁ,ବର୍ତ୍ତମାନ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବର୍ତ୍ତମାନ ପରିବାର ସଦସ୍ୟଙ୍କ ଉପରେ କୌଣସି ବୋଝ ନଦେଇ ଚିକିତ୍ସାର ଯତ୍ନ ନେବେ ବୋଲି ସେ କହିଛନ୍ତି । ଓଡିଶା କେବଳ ଗୋଟିଏ ରାଜ୍ୟ ଯାହା କି ପ୍ରଥମ ଏହି ପଦକ୍ଷେପ ଭାରତରେ ସ୍ୱାସ୍ଥ୍ୟସେବାରେ ଏକ ପରିବର୍ତ୍ତନ ଆଣିବ ଯେଉଁଠାରେ ଜଣେ ରୋଗୀ ବିନା ଖର୍ଚ୍ଚରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚିକିତ୍ସା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଟଙ୍କା ଖର୍ଚ୍ଚ ବହନ କରୁଛନ୍ତି ତେଣୁ, ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଜନଜାତି ଭାଇ, ଭଉଣୀ ମାନଙ୍କୁ ଉଚ୍ଚ ପ୍ରସଂସା କରି କହିଲେ ସେମାନେ ସରକାରଙ୍କର ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବକାରେ ପରିବର୍ତ୍ତନ ଆଣିପାରିଛନ୍ତି । ସେହିପରି ଜିଲ୍ଲାରେ ମା ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୂଖ୍ୟମଳ୍ତ ରାୟଗଡ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ରାୟଗଡ ଜିଲ୍ଲାରେ ଜଳ ସଚେତନର ସୁବିଧା ପାଇଁ ଦୁଇ ଗୋଟି ମେଗା ଲିପ୍‍ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହା ଦ୍ୱାରା ଗୁଣୁପୁର ବ୍ଲକର ୧୦ ହଜାର ହେକ୍‍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ଚାଷୀ ହେଉ ବା ମୁଲିଆ, ରିକ୍ସାବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଚିକିତ୍ସା ସୁବିଧା ଏବେ ସମସ୍ତଙ୍କର ହାତ ପାହାନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାକୁ ସ୍ମାର୍ଟ ହେଲ୍‍ଥ କାର୍ଡ ସମ୍ଭବ କରିପାରିଛି । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଓଡିଶା ହେଉଛି ଏକ ଅମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ରୋଗୀଙ୍କ ପାଇଁ ଟେଷ୍ଟିଙ୍ଗ୍‍ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ରାଜ୍ୟ ସରକାର ବହନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ସେମାନଙ୍କର ଟଙ୍କା ସଞ୍ଚୟ କରିପାରିବେ ଏବଂ ଏହାକୁ ପିଲାମାନଙ୍କ ଶିକ୍ଷା କିମ୍ବା ପରିବାରରେ ଅନ୍ୟାନ୍ୟ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ। ସେ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ ଡାୟଲିସିସ୍, କେମୋଥେରାପି ଏବଂ ବିଭିନ୍ନ ପରୀକ୍ଷା ସମେତ ସମସ୍ତ ସୁବିଧା ଉପଲବ୍ଧ। ମୁଖ୍ୟମନ୍ତ୍ରୀ ଜନଜାତି ଭାଇ, ଭଉଣୀ ମାନଙ୍କୁ ଉଚ୍ଚ ପ୍ରସଂସା କରି କହିଲେ ସେମାନେ ସରକାରଙ୍କର ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି । ସେହିପରି ଜିଲ୍ଲାରେ ମା’ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ରାୟଗଡ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ରାୟଗଡ ଜିଲ୍ଲାରେ ଜଳ ସଚେତନର ସୁବିଧା ପାଇଁ ଦୁଇ ଗୋଟି ମେଗା ଲିପ୍‍ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହା ଦ୍ୱାରା ଗୁଣୁପୁର ବ୍ଲକର ୧୦ ହଜାର ହେକ୍‍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଓଡିଶା ହେଉଛି ଏକ ଅମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ରୋଗୀଙ୍କ ପାଇଁ ଟେଷ୍ଟିଙ୍ଗ୍‍ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ରାଜ୍ୟ ସରକାର ବହନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି, ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ଏନ୍‍. ଭାସ୍କର ରାଓ, ଶ୍ରୀଯୁକ୍ତ ରାୟଗଡ ବିଧାୟକ, ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ ହୋଇଛି ବୋଲି କହିଥିଲେ । ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ୍‍ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ ମତବ୍ୟକ୍ତି କରଥିଲେ । ରାଜ୍ୟ ଚଳଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀରୀ କୁମାର ଦଶ,ଵିଧ୍ୟାୟକ ଅତୁନ ସବ୍ୟସାଚୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୂଆଲା, ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଅନ୍ୟାନ୍ୟ ଅଧିକାରୀ ,ଜଣ ପ୍ରତିନିଧି ଯୋଗଦାନ କରିଥିଲେ l

ରାୟଗଡା ଇପିଏ ରୁତିରୁମାଲା ପ୍ରସାଦ ପଟ୍ଟନାୟକ ​ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.