ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ସାଧାରଣ ସଭା ଅବସରରେ ‘ମିଶ୍ରଣ ପର୍ବ’ ଏବଂ ଜନସ୍ବାସ୍ଥ୍ୟ ଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ‘ଗଣ ଧାରଣା’ନିଷ୍ପତ୍ତି।

0 3

ରାଜ୍ୟ ର ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ବିଭାଗ ଜନସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ରେ ଦୀର୍ଘ ୨୮ ବର୍ଷ ରୁ ଉର୍ଦ୍ଧ୍ବ କାଳ କାର୍ଯ୍ୟରତ ଥିବା ଦୁଇ ହଜାର ରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଓ ବିଭାଗୀୟ କତ୍ତୃପକ୍ଷ ବାରଂବାର ପ୍ରତିଶ୍ରୁତି ପ୍ରଦାନ କରି ପ୍ରତାରଣା କରି ଚାଲିଛନ୍ତି। ଯଦ୍ୱାରା କର୍ମଚାରୀ ମାନଙ୍କ ମଧ୍ୟରେ ହତାଶା ଓ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏହାର ଦୃଢ଼ ଜବାବ ଦିଆଯିବ ବୋଲି ସ୍ଥାନୀୟ ନଗର ଚିକିତ୍ସାଳୟ ମାର୍ଗ ସ୍ଥିତ ଜୀବନ କ୍ଳବ୍ ଠାରେ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ସାଧାରଣ ସଭା ଅବସରରେ ଉପସ୍ଥିତ ଥିବା କର୍ମକର୍ତ୍ତା ତୀବ୍ର ସମାଲୋଚନା କରି ଦୃଢ଼ମତ ପ୍ରକାଶ କରିଥିଲେ।ଖଣ୍ଡ ସମ୍ପାଦକ ଆମ୍ବିରୀ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ କାର୍ଯକାରୀ ସଭାପତି କବିରାଜ ସାହୁ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ରବି କୁମାର ପାଣିଗ୍ରାହୀ, ରଘୁନାଥ ପାତ୍ର,ଅଶୋକ କୁମାର ଜେନା, ରୋହିତ କୁମାର ବେହେରା, ପୂର୍ଣଚନ୍ଦ୍ର ମିଶ୍ର, ହରିହର ବେହେରା ପ୍ରମୁଖ ଦୃଢ଼ ପ୍ରତିବାଦ କରିଥିଲେ।ସଭା ଅବସରରେ ଏକ ‘ମିଶ୍ରଣ ପର୍ବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭାଗୀୟ କର୍ମଚାରୀ ମାନଙ୍କ ଅନ୍ୟ ଏକ କର୍ମଚାରୀ ସଂଘ ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ଏସୋସିଏସନ୍ ର ଖଣ୍ଡ ସମ୍ପାଦକ ପ୍ରଦୀପ ସିଂ ଓ ଶାଖା ସମ୍ପାଦକ ଆର୍ ଚେନେୟା ରେଡ୍ଡୀ ଙ୍କ ସମେତ ୩୬ ଜଣ ସଦସ୍ୟ ସଦସ୍ୟା ପୂର୍ବରୁ ଥିବା ସଂଘ ରୁ ଇସ୍ତଫା ପ୍ରଦାନ କରି ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ରେ ଯୋଗଦାନ କରି ଏହି ସଂଘ ର ନିତି ଆଦର୍ଶରେ କାର୍ଯ୍ୟ କରିବା ପାଇଁ ମତ ପ୍ରଦାନ କରିଥିଲେ।

ଗଂଜାମ ଇପିଏ ରୁ ନରସିଂଘ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.