ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ରାଇରଙ୍ଗପୁର ଶାଖା ପକ୍ଷରୁ ରୁଦ୍ରାଭିଷେକ ଓ ବନ୍ଧୁମିଳନ

0 1

ରାଇରଙ୍ଗପୁର :ଓଡ଼ିଶା ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖା ପକ୍ଷରୁ ପୁର୍ଣ୍ଣେଶ୍ଵର ମନ୍ଦିର ପରିସରରେ ବ୍ରାହ୍ମଣ ପଣ୍ଡିତ ମାନଙ୍କୁ ନେଇ ବ୍ରାହ୍ମଣ ମହାସଂଘର ସଭାପତି ଗଣେଶ ମିଶ୍ରଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I କରୋନା ସମୟରେ ମନ୍ଦିର ପୂଜକ ମାନଙ୍କର ପରିବାର ଆର୍ଥିକ ସଙ୍କଟରେ ଗତି କରୁଥିଲା ବେଳେ ବ୍ରାହ୍ମଣ ମହାସଂଘ ପକ୍ଷରୁ ଦୁସ୍ଥ ପରିବାରଙ୍କ ବିଷୟରେ ଆଲୋଚନା କରାଯିବା ସହିତ ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ପଣ୍ଡିତ ନୃସିଂହ ଚରଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମନ୍ଦିର ପରିସରରେ ଦୁଇ ଦିନ ଧରି ରୁଦ୍ରାଭିଷେକ ଓ ପ୍ରସାଦ ସେବନ କରାଯାଇଥିଲା Iସମ୍ପାଦକ ତାରାପଦ ପଣ୍ଡା(କଟିପଣ୍ଡା),କୋଷାଧକ୍ଷ ସୁଶାନ୍ତ ଶର୍ମା,ଜୟ କୃଷ୍ଣ ଦାଶ,ଧୁଳିଆ ନନା,ରବି ନାରାୟଣ ହୋତା, ଟିକୁ ନନା, ବସନ୍ତ ପାଣି,ସଂଗ୍ରାମ ଷଡ଼ଙ୍ଗୀ, ପ୍ରଶାନ୍ତ ନନା ,ହେମନ୍ତ କୁମାର ଶତପଥି,ପାର୍ଥ ଷଡ଼ଙ୍ଗୀ,ବିଶେଶ୍ୱର ପ୍ରହରାଜ,ତରୁଣ ନନ୍ଦ, ଈଶ୍ୱର ପ୍ରହରାଜ,ଅମିତ ଶର୍ମା, ସନତ ପାହାଡି, କ୍ରିଷ୍ଣା ଶର୍ମା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେI ପଣ୍ଡିତ ସମୀର କୁମାର ଦାଶ ମନ୍ତ୍ର ପାଠ କରିଥିଲେ I ମହାସଂଘର ବରିଷ୍ଠ ସଦସ୍ୟା ବବିତା ପଣ୍ଡା, ଦୀପ ପଣ୍ଡା, ମିନାକ୍ଷୀ ଶର୍ମା, ମିନି ନନ୍ଦ,ସ୍ଵର୍ଣ ଲତା ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେI ନିମନ୍ତ୍ରିତ ଅତିଥି ଭାବେ ସାହିତ୍ୟିକ ଲଳିତ ମହାନ୍ତ, ରୋଟାରୀୟାନ ଅରବିନ୍ଦ ବାଗେଡ଼ିଆ, ସମାଜ ସେବୀ ଦୀପକ ମିଶ୍ର,ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ପ୍ରମୁଖ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ I

ରାଇରଙ୍ଗପୁର ଇପିଏ ରୁ ନିଗମା ନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.