ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ l ରକ୍ତଦାନ ମହପୁଣ୍ୟ ! ଏହି ବାର୍ତ୍ତା ବହନ କରି ରବିବାର ବଡ଼ବିଲ ନଗର ବିଜୁ ଯୁବ ଜନତା ଦଳ ସୌଜନ୍ୟରେ ମାଟକାମବେଡା ସ୍ଥିତ କଳିଙ୍ଗ ରିକ୍ରିଏସନ୍ କ୍ଲବରେ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମାନ୍ୟବର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ବର୍ଗତ ବିଜୁବାବୁଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି ଉଦଘାଟନ କରିଥିଲେ। ରକ୍ତ ଦାତାଙ୍କୁ ସାକ୍ଷାତ କରି ଧନ୍ୟବାଦ୍ ଜଣାଇବା ସହ ତାଙ୍କ ଉତ୍ସାହ ବଢାଇ ଥିଲେ। ପରିଶେଷରେ ସମସ୍ତ ରକ୍ତଦାତାଙ୍କୁ ବିଧାୟିକା ଶ୍ରୀମତୀ ମହାନ୍ତ ସ୍ଵହସ୍ତରେ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ବିଧାୟିକାଙ୍କ ସମେତ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦେବରଞ୍ଜନ ନାୟକ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପ ସଭାପତି ସଞ୍ଜୀବ କୁମାର ପଲେଇ, ବଡ଼ବିଲ ସଭାପତି ପ୍ରଭୁଦତ୍ତ ପ୍ରଧାନ, ମନିନ୍ଦର ସିଂ, ଡବର ମୁଣ୍ଡା ଏବଂ ବଡ଼ବିଲର ବିଜେଡି କର୍ମୀ ଉପସ୍ଥିତ ରହି ଏହି ଶିବିରକୁ ସଫଳ କରିଥିଲେ। ଏଥିରେ ୬୦ ୟୁନିଟ୍ ରକ୍ତ ସଂଗ୍ରହର ଲକ୍ଷ ରହିଥିବା ବେଳେ ଦିନ ଗୋଟାଏ ସୁଦ୍ଧା ହିଁ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ସାରିଥିଲା।
ବଡ଼ବିଲ ଇପିଏ ରୁ ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )