ଓଡିଶା କୃଷକ ସଭା ର ବେଲଗୁଣ୍ଠା ତହସିଲ ସମୁଖ ରେ ବିକ୍ଷୋଭ

0 4

ବେଲଗୁଣ୍ଠା ରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଦିବାସୀ ଅଧିକାର ଆଇନ କାର୍ଯ୍ୟ କରିବା l
ପିଇବାପାଣି, ବିଦ୍ୟୁତ ଯୋଗାଣ, ରାସ୍ତା ନିର୍ମାଣ, ଇତ୍ୟାଦି ଦାବୀ ନେଇ ୨୦୦ ଜଣ ପୁରୁଷ ଓ ମହିଳା ମେଦିରି ସାହି ଠାରୁ ପଟୁଆର କରିଲଷ୍ମୀପୁର ଗଣହତ୍ୟା ତଦନ୍ତ କରି ଦୋଷୀ କୁ ଦଣ୍ଡଓ କୃଷି କୃଷକ ବିରୋଧି କଳା ଆଇନ ବାତିଲ କରିବା ଇତ୍ୟାଦି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିତି ବିରୋଧି ସ୍ଲୋଗାନ ଦେଇ ତହସିଲକାର୍ଯ୍ୟଳୟ ସମୁଖ ରେ ବିକ୍ଷୋଭ ପ୍ରଦଶନ କରି କୃଷକ ସଭା ରାଜ୍ୟ ଉପସଭାପତି ତଥା ଜିଲ୍ଲା ସମ୍ପାଦକ ପି.ହରିକୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ବିକ୍ଷୋଭ ରେ ଏକ ପ୍ରତିନିଧି ମଣ୍ଡଳୀ ତହସିଲ ଦାର ଙ୍କ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ l ବିକ୍ଷୋଭ ସଭା ରେ ଉପଜିଲ୍ଲାପାଳ ଙ୍କ ଚିଠି ୧୧୧୦ ତା ୧.୨.୨୦୧୯ ରେ ଆଦିବାସୀ ଙ୍କ ଜଙ୍ଗଲ ଜମି ରାଜସ୍ୱ ଓ ବନ କର୍ମଚାରୀ ଦ୍ୱାରା ତଦନ୍ତ କରି ପଠେଇ ବା ପାଇଁ ଦୁଇ ବର୍ଷ ସାତ ମାସ ହେଲା ଆସିଥିଲେ ମଧ୍ୟ୍ୟ ଆମ କାର୍ଯାଳୟ କୁ ଆସିନାହିଁ ବୋଲି କହିବା l ଆଦିବାସୀ ଙ୍କସର୍ଭେ ଜମି ଗାଇଡ଼ ଲାଇନ ମୋ ପାଖ ରେ ନାହିଁ ଏହା ମୁଁ ଜାଣେ ନାହିଁ ବୋଲି ତହସିଲ ଦାର କହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ କରିଥିଲେ l ଯଥା ଶୀଘ୍ର ଆଦିବାସୀ ଙ୍କୁ ସର୍ଭେ କରି ପଟ୍ଟା ପାଇଁ କାର୍ଯ୍ୟ ନୁଷ୍ଠାନ ନହେଲେ ଦାବୀ ପୂରଣ ହେଲା ପର୍ଯ୍ୟନ୍ତ ଗଣ ଆନ୍ଦୋଳନ କରେ ବେ ବୋଲି ଚେତାବନୀ ଦେଇ ଥିଲେ ଏହି କାର୍ଯ୍ୟକ୍ରମ ରେଜିଲ୍ଲା କମିଟି ସଭ୍ୟ ନୀଳ ମଣି ଗୁରୁ, ବିଭୁ ପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ଗଣେଶ ପଗଡ଼, ମୁଗନା ଗମାଙ୍ଗ, ବୁଲୁ ବଡ଼ ରଇତ, ଯୁବ ସଂଗଠନ ରୁ ଦିଲ୍ଲୀପ ପଗଡ ଆଲୋଚନା କରି ଥିଲେ l

ଗଂଜାମ ଜିଲା ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.