ଓଡିଶା ପୋଲିସ ମୁଖ୍ୟ ଙ୍କ ନୂଆପଡା ଗସ୍ତ
ଓଡିଶା ପୋଲିସ ମୁଖ୍ୟ ଶ୍ରୀମାନ ଅଭୟ ଅଚାନକ ନୂଆପଡା ଗସ୍ତ କରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମାଓ କାର୍ଯ୍ୟକଳାପ ର ସମୀକ୍ଷ୍ୟା କରିଛନ୍ତି l ଏହା ସହ ଜିଲ୍ଲାର ମାଓ ଦୁର୍ଗ କୁହାଯାଉଥିବା ସୁନାବେଢା ଅଭୟରଣ୍ୟ ମଧ୍ୟ ବୁଲି ଦେଖିଛନ୍ତି l ଏହାସହ ଶ୍ରୀଯୁକ୍ତ ଅଭୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇ ଜିଲ୍ଲାରେ ମାଓ କାର୍ଯ୍ୟକ୍ରମ କମିଯାଇଥିବା ସୂଚନା ଦେଇଛନ୍ତି l ନୂଆପଡାରେ CRPF ର ଏକ ବାଟାଲିଆନ ସ୍ଥାପନା କରାଯାଇଥିବାରୁ ଓ ସେମାନଙ୍କ ଦ୍ୱାରା ମାଓବାଦୀଙ୍କ ଉପରେ ନିୟମିତ ଘନଘନ ଆକ୍ରମଣ ଯୋଗୁଁ ମାଓ ଦମନ ସମ୍ଭବ ହେଇପାରିଛି ବୋଲି କହିବା ସହ ନୂଆପଡା ରେ CRPF ର ଏକ ସ୍ଥା ଇ ବାଟାଲିୟନ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି l ଏହି ସାମ୍ବାଦିକ ସମିଳନୀ ରେ ଶ୍ରୀଯୁକ୍ତ ଅଭୟ ଙ୍କ ସହ DIG ଶ୍ରୀଯୁକ୍ତ ରାଜେଶ ପଣ୍ଡିତ ଓ ନୂଆପଡା SP ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର ମଧ୍ୟ ଉପସ୍ଥିତ ଥିଲେ l
ନୂଆପଡା ଇପିଏ ରୁ ଡେନିସ ରାୟଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )