ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ବୌଦ୍ଧ ବନଖଣ୍ଡ ର ଜିଲ୍ଲା ଉପଦେଷ୍ଟା କମିଟି ବୈଠକ

0 2

ସୁବର୍ଣ୍ଣପୁର:ବୌଦ୍ଧ ବନଖଣ୍ଡ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ଵିତୀୟ ପର୍ଯ୍ୟାୟ ର ଅଷ୍ଟମ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମଁ ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ବନଖଣ୍ଡ ଅଧିକାରୀ ଶ୍ରୀ ଦେବପ୍ରିୟ କମ୍ପ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସ୍ୱାଗତ କରିବା ସହ ସଭାକୁ ପରିଚାଳନା କରିଥିଲେ l ସହ ସହକାରୀ ବନ ସଂରକ୍ଷକ ଶ୍ରୀ ରାଜେନ୍ଦ୍ର ଗୋଛାୟତ ସଭାକୁ ଏକ ପାୱାର ପଏଣ୍ଟ ମାଧ୍ୟମରେ 2021..22 ବର୍ଷ ରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ବିଭାଗ ସହ ହୋଇଥିବା ସହାଭାଗିତା କାର୍ଯ୍ୟକ୍ରମ ଗୁଡିକର ଆଲୋଚନା କରିଥିଲେ l ଉପସ୍ଥିତ ସମସ୍ତ ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡିକର ନୂତନ ପ୍ରସ୍ତାବ ଦେବାପାଇଁ ଆଗ୍ରହ କରାଯାଇଥିଲା l ଜିଲ୍ଲାପାଳ ବନଜାତ ଦ୍ରବ୍ୟ, ଯଥା କେନ୍ଦୁ, କରଡ଼ି, ଚାରମଞ୍ଜି,ବାଉଁଶ ତିଆରି ଇତ୍ୟାଦି ଜିନିଷ ର ଚାହିଦା ବଢ଼ାଇବାକୁ ପରାମର୍ଶ ଦେଇଥିଲେ l ଖଣ୍ଡୀୟ କାର୍ଯ୍ୟାଳୟ ର ଜୀବନ ଜୀବିକା ବିଷୟ ପ୍ରମୁଖ ଶ୍ରୀ ସୁରେନ୍ଦ୍ର କୁମାର ବିଭିନ୍ନ ବିଭାଗ ର ଯୋଜନାରେ ହେବାକୁଥିବା କାର୍ଯ୍ୟାଗୁଡିକର ଅନୁମୋଦନ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ l ଶେଷରେ ତଥ୍ୟ ବିଷୟ ପ୍ରମୁଖ ଶ୍ରୀ ଶିବଦତ୍ତ ଅଗସ୍ତି ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା l ଏଥିରେ ବୌଦ୍ଧ ବନାଞ୍ଚଳ ର ଅଧିକାରୀ ଓ ପ୍ରକଳ୍ପ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.