ଓଡିଶା ବ୍ରାହ୍ମଣ ସମିତି ର ବୈଠକ ଅନୁଷ୍ଠିତ

0 17

ପୋଲସରା ବ୍ଳକ ର ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଢିଆପଡା କୃଷ୍ଟଦାସପୁର ଶାସନ ଗ୍ରାମରେ ଓଡିଶା ବ୍ରାହ୍ମଣ ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବ୍ରାହ୍ମଣ ସମାଜ ର ମୂଖ୍ୟଅତିଥି ରୂପେ ରାଜ୍ୟ ସଭାପତି ମନୋଜ ଚନ୍ଦ୍ର ପାଣିଗ୍ରାହୀ , ଜିଲ୍ଲା ସଭାପତି କାଳିଚରଣ ମିଶ୍ର ,ଉପଦେଷ୍ଟା ବିରେନ୍ଦ୍ର କୁମାର ମିଶ୍ର ଏବଂ ବିଭୂତି ଚରଣ ମିଶ୍ର ଯୋଗ ଦେଇ ସମିତିକୁ ସରକାରି ସ୍ତରରେ ମାନ୍ୟତା ପାଇବା ଲାଗି ଉଦ୍ୟମ କରିବା ପାଇଁ ଗୁରୁତ୍ତ୍ୱରୋପ କରିଥିଲେ।ଏଥି ସହିତ ସମସ୍ତ ବ୍ରାହ୍ମଣ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ କନକ ଟିଭି ର ସ୍ଥାନୀୟ ପ୍ରତିନିଧି ଯୁବ ସାମ୍ବାଦିକ ଅତ୍ରି ପଟନାୟକ ଙ୍କୁ କରୋନା ଯୋଦ୍ଧା ଭାବେ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକ ପ୍ରାରମ୍ଭରେ ବେଦ ବିଦ୍ୟାଳୟରୁ ଆସିଥିବା ଛାତ୍ର ମାନଙ୍କ ଦ୍ବାରା ବେଦ ପାଠ କରାଯାଇଥିଲା। ସ୍ଥାନିୟ ମନ୍ଦିରରେ ବିଶ୍ବ ଶାନ୍ତି ପାଇଁ ଘୃତ ଯଜ୍ଞ କରାଜାଇଥିଲା। ଆଗାମି ଦିନ ରେ ପଞ୍ଚାୟତ ସ୍ତର ରୁ ଆରମ୍ଭ
କରି ରାଜ୍ୟରେ ସମିତିକୁ ମାନ୍ୟତା ଦେବା ପାଇଁ ବ୍ରାହ୍ମଣ ସମାଜ ପକ୍ଷରୁ ଚେଷ୍ଟା କରାଜିବ ବୋଲି ଆୟୋଜକ ମାନେ ଜଣାଇଛନ୍ତି।

ପୋଲସରା ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ରଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.