ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର

0 5

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ଜ଼ିଲ୍ଲା ଭାରତ ସ୍କାଉଡ଼ ଗାଇଡ଼ ଆୟୋଜନ ରେ ଆଜି ସୁବର୍ଣ୍ଣପୁର ମହାରାଜା ହାଇସ୍କୁଲ ଠାରେ ଏକ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଶୁଭ ଉଦଘାଟନ କରଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଆବୋଲି ସୁନୀଲ ନର୍ଭଣେ, ଜ଼ିଲ୍ଲା ଶିକ୍ଷଧିକାରୀ ଲକ୍ଷଣ ଭୋଇ, ଅତିରିକ୍ତ ଜ଼ିଲ୍ଲା

ଶିକ୍ଷାଧିକାରୀ ରମାକାନ୍ତ ଗଦତିଆ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ହିମାଂଶୁ କର, ଜ଼ିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ୟୋଧନ ରାଉତ, ଯୋଗ ଦେଇ ଓଡିଶା ମୋ ପରିବାର ରକ୍ତ ଦାନ ଆୟୋଜନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ରକ୍ତ ଦାତା ଓ ଆୟୋଜକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ସଭା କୁ ଶ୍ରୀ ରାଉତ ସଂଯୋଜନା କରିଥିବା ବେଳେ ବାଙ୍କୀପାଳ ହାଇସ୍କୁଲ ପି ଇ ଟି ସଂଜୀବ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ l ବର୍ତମାନ ସୁଦ୍ଧା ୬୦ ରୁ ଊର୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଦିନ ୨ ଟା ଯାଏ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବl ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.