ଓଡ୍ରାପ୍ଟ ଟିମ୍ ର ସଦସ୍ୟ ସିତାରାମ ମୁର୍ମୁ ଙ୍କ ଅସ୍ଥି ବିସର୍ଜନ ଅନୁଷ୍ଠିତ
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ତରାମାରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମର ଓଡ୍ରପ୍ଟ ଟିମ୍ ର ସଦସ୍ୟ ସହିଦ ସିତାରାମ ମୁର୍ମୁ ଙ୍କ ଅସ୍ଥି ବିସର୍ଜନ ସୋମବାର ଦିନ ଭୀମକୁଣ୍ଡ ସ୍ଵାତୀ ଘାଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରକାଶ ଯେ ଗତ ସେପ୍ଟେମ୍ବର ୨୫ତାରିଖରେ କଟକର ମୁଣ୍ଡୁଳି ଠାରେ ହାତୀ ଉଦ୍ଧାର ସମୟରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ସିତାରାମ ଙ୍କ୧୨ବର୍ଷର ପୁତ୍ର ଆଲୋକ ଆଦିବାସୀ ରୀତି ନୀତି ଅନୁସାରେ ସିତାରାମ ଙ୍କ ଅସ୍ଥି ବିସର୍ଜନ କରିଥିଲେ ।
ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ତାଙ୍କ ସ୍ତ୍ରୀ ଦାନଗି ମୁର୍ମୁ , ପୁତ୍ର ଆଲୋକ, ଝିଅ ରାଣୀ ଉପସ୍ଥିତ ଥିବା ସହ ଭାଇ ବୁଦ୍ଧଦେବ ମୁର୍ମୁ , ବ୍ରଜକିଶୋର ଟୁଡୁ, ସୁଜିତ୍ ଲୁଗୁନ, ସଞ୍ଜୟ ମାଝୀ, ଉପେନ୍ଦ୍ର ମହାନ୍ତ, ଚୁଇଁ ମହାନ୍ତ, ଚିତ୍ତ ମାଝୀ, ଲାଲ ମୋହନ୍ ମୁର୍ମୁ , ଘାସିରାମ ମୁର୍ମୁ ଓ ବାପା ଆଲାଣ ମୁର୍ମୁ ସମେତ ଠାକୁରମୁଣ୍ଡା ଅଞ୍ଚଳର ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ । ମୁକ୍ତାଝରି ଗ୍ରାମରୁ ୧୨ ଟା ବେଳେ ସିତାରାମ ଙ୍କ ଅସ୍ଥିକୁ ଠାକୁରମୁଣ୍ଡା ହନୁମାନ ଛକ ଠାରୁ ଲକ୍ଷ୍ମୀନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏକ ପଟୁଆର ରେ ନିଆଯାଇ ଭୀମକୁଣ୍ଡର ସ୍ଵାତୀ ଘାଟକୁ ନିଆଯାଇଥିଲା । ତେବେ ଏ ପର୍ଯ୍ୟନ୍ତ ସିତାରାମ ଙ୍କ କୌଣସି ଟଙ୍କା ସରକାର ଦେଇ ନଥିବା ସ୍ତ୍ରୀ ଦାନଗି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସରକାର ଯେତେ ଶୀଘ୍ର ସମ୍ଭବ ତାଙ୍କ ପ୍ରାପ୍ୟ ଦେବାପାଇଁ ସାଧାରଣରେ ଦାବି ହୋଇଛି ।
ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )