କଂଗ୍ରେସ କମିଟି ଦ୍ବାରା ଆୟୋଜିତ “ଜନ ଜାଗରଣ ଅଭିଜାନ”

0 4

ବାରିପଦା :ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ଦ୍ବାରା ଆୟୋଜିତ “ଜନ ଜାଗରଣ ଅଭିଜାନ” ରେ ବାରିପଦା ସହର ପରିକ୍ରମା କରାଯାଇଥିଲା । ଆଇନ ଶୃଙ୍ଖଳା ର ଘୋର ଅବନତି, ରନ୍ଧନ ଗ୍ୟାସ, ଡିଜେଲ ପେଟ୍ରୋଲ ଓ ଖାଦ୍ୟ ସାମଗ୍ରୀ ର ଅତ୍ୟଧିକ ଦରବୃଦ୍ଧି ହୋଇଥିବାରୁ ସାଧାରଣ ଜନତା ଙ୍କୁ ସଚେତନ କରିବା ପାଇଁ କଂଗ୍ରେସ ଅଫିସ ନିକଟରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଟ୍ରାଫିକ ଛକ ଠାରେ ପହଞ୍ଚିବା ପରେ ସଂଧ୍ୟା ୬ ଘଣ୍ଟା ସମୟରେ “କିଶାନ ବିଜୟ ଦିବସ” ପାଳନ କରାଯାଇଥିଲା । ଅନ୍ନଦାତା ଚାଷୀ ମାନଙ୍କର ଅହିଂସା ଉପାୟରେ ଆନ୍ଦୋଳନ ର ଏକ ବର୍ଷ ପୁରଣ ହୋଇଥିବାରୁ ଆନ୍ଦୋଳନ ରେ ଭାଗ ନେଇ ୭୦୦ ରୁ ଉର୍ଦ୍ଧ୍ବ ଯେଉଁ ଚାଷୀ (ଅନ୍ନଦାତା) ବଳିଦାନ ଦେଇଛନ୍ତି ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ କ୍ଯାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ କୁମାର ଦାସ, ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ, ରାଜ୍ୟ ସଂପାଦକ ପ୍ରଭାଶ କରମହାପାତ୍ର‌‌‌, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଜନ ଦାସ, ଅଜୟ ମହାପାତ୍ର, ଅଶୋକ ଅଧିକାରୀ,ନିରୋଜ ଲୋଚନ ଦାସ, ଜିଲ୍ଲା ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ଜିଲ୍ଲା ଉପସଭାପତି ଶ୍ରୀ ଅରବିନ୍ଦ ଦାସ, ପ୍ରବକ୍ତା ଯୋଗେଶ ଅଗ୍ରୱାଲ, ସୁଦୀପ ମନ୍ତ୍ରୀ,ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ପ୍ରଦୀପ ମିଶ୍ର, ପ୍ରଦୀପ ଦାସ, ତାରାକାନ୍ତ ବେହେରା, ଛାତ୍ର ସଭାପତି ମୋତି ଦାସ, ଦେବେନ୍ଦ୍ର ସିଂ, ଟାଉନ ସଭାପତି ଶାନ୍ତନୁ ପାଲ, ନିର୍ମଳ ପ୍ରଧାନ, ହରିଶଙ୍କର ଦାସ, ଦୀପକ ଦାଶ,ଚିତ୍ତ ବିକାଶ ମହାପାତ୍ର,ମୁରଲୀ ନାୟକ,ଶେଖ ମୁସ୍ତାଫା, ସୁରେନ୍ଦ୍ର ମହାନ୍ତ, ମହିଳା ନେତ୍ରୀ ଇତିଶ୍ରୀ ମିଶ୍ର, ଶୁଭସ୍ମିତା ବେହେରା, ରଶ୍ମିତା ମିଶ୍ର, ସ୍ବାଗନ ଦାସ, ବୁଧୁରାମ ସିଂ ,ଛୋଟ ଲାଲ ବିନ୍ଧାଣି, ରତନ ଲାଲ ଶର୍ମା ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

ମୟୁରଭଞ୍ଜ ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.