ଗଞ୍ଜାମ ପୋଲିସ ଜିଲ୍ଲାରେ ୨୩ ଥାନା ସଜାଗ, ସବୁଠି ଭିଡିଓ ଉତ୍ତୋଳନ ଵ୍ୟଵସ୍ଥାପନା ରହିବ
ମମିତାଙ୍କୁ ନ୍ୟାୟ ଦାବୀରେ କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିବାନେଇ ସଂପୂର୍ଣ୍ଣ ବନ୍ଦ ପାଳନକୁ ନିଷେଧାଦେଶ ଜାରୀ କରିଛନ୍ତି ହାଇକୋର୍ଟ । କଂଗ୍ରେସ ପକ୍ଷରୁ ନଭେମ୍ବର ୧୨ ଓଡ଼ିଶା ବନ୍ଦକୁ ନେଇ କେବଳ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିପାରିବେ ଯାହା ହାଇକୋର୍ଟ ଦର୍ଶାଇଛନ୍ତି ବୋଲି କୁହାଯାଏ ।

ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ର ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜରୁରୀ କାଳୀନ ଭାବେ ଗୁରୁବାର ରାତ୍ରି ୮ଘଣ୍ଟା ସମୟରେ ପୋଲିସ ମୁଖ୍ୟାଳୟ ରେ ଖବରପ୍ରକାଶନ ଓ ଇଲକ୍ଟ୍ରୋନିସ ଗଣମାଧ୍ୟମ କୁ ଡକାଇ କଥାବାର୍ତ୍ତା କରିଛନ୍ତି । ସମସ୍ତ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ,କଲେଜ, ଅଫିସ ,ଦପ୍ତରାଞ୍ଚଳ ସ୍ବଭାବିକ ଭାବେ ଖୋଲାରହିବ । ସାଧାରଣ ଜୀଵନଯାତ୍ରା ରେ କେହି କୌଣସି ବି ଲୋକ ପ୍ରତିବନ୍ଧକ ଲଗାଇପାରିବେନି । ଅନ୍ୟଥା ଆଇନ ଅନୁଯାୟୀ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ଭଳି ଦୃଢ଼ତାର ସହ ପୋଲିସ ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଗଣମାଧ୍ୟମ ଆଗରେ କହିଛନ୍ତି । ବିଶୃଙ୍ଖଳା ଘଟିଲେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପ୍ରୋତ୍ସାହନା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଥାନା କର୍ତ୍ତୃପକ୍ଷ ଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଭିଡିଓ କ୍ୟାମେରା ଉତ୍ତୋଳନ ର ବନ୍ଦୋବସ୍ତ କରାଯାଉଛି,ବୋଲି ଗଞ୍ଜାମ ଏସପି ସ୍ୱଷ୍ଟ କରି କହିଛନ୍ତି । ଏନେଇ ଭି.ସି.ମାଧ୍ୟମରେ ସବୁ ଥାନା ଅବା ଜିଲ୍ଲାର ୨୩ ଥାନା କର୍ତ୍ତୃପକ୍ଷ ଙ୍କ ସହ ଗଞ୍ଜାମ ଜିଲ୍ଲାପୋଲିସ ଅଧୀକ୍ଷକ କଥାବାର୍ତ୍ତା କରିଛନ୍ତି ।
ଗଂଜାମ ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )