କଂଗ୍ରେସ ବିକ୍ଷୋଭରେ ବିଧାୟକ ରମେଶ ଜେନା ଗର୍ଜିଲେ

0 13

ଗଞ୍ଜାମ କଂଗ୍ରେସ ପାର୍ଟି ପକ୍ଷରୁ ମଙ୍ଗଳବାର ଏକ ବିଶାଳ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । କେନ୍ଦ୍ରସରକାର ଓ ରାଜ୍ୟସରକାର ଙ୍କୁ କଟୁ ସମାଲୋଚନା କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ଚାଷୀ, ମୂଲିଆ, ଶ୍ରମିକ, ନେତ୍ତୃବର୍ଗଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିରୋଧୀଦଳର ନେତା ତଥା ଗଞ୍ଜାମଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଆରମ୍ଭରୁ ଶେଷ ଯାଏଁ ସରକାର ଙ୍କ ମାରଣ ନୀତି, ହିଂସାତ୍ମକ, ଅଗଣନ୍ତାନ୍ତ୍ରିକ ଦର୍ଶାଇ ପ୍ରବଳ ତାତି ଜିଲ୍ଲା ପ୍ରଶାସନ ଆଗରେ ବର୍ଷିଥିଲେ । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଉତ୍ତର ପ୍ରଦେଶ ର ଲକ୍ଷ୍ମୀପୁର ସ୍ଥ ଖିରୀ ଠାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଆଠ ଜଣ ଚାଷୀ ଙ୍କୁ ଗାଡି ମାଡି ଚାଷୀଙ୍କୁ ହତ୍ୟା କରାଯାଇଥିବା ସାଂଗକୁ ଘଟଣା ସମ୍ପର୍କରେ ଆଶ୍ୱାସନା ଓ ସମବେଦନା ଜଣାଇବା ନିମନ୍ତେ ମାନନୀୟ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଅଟକ ରଖାଯିବା ସହ ତାଙ୍କୁ ଗିରଫ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିକ୍ଷୋଭକାରୀ ରମେଶଜେନା ଏବଂ ଅନ୍ୟ କଂଗ୍ରେସର ଜିଲ୍ଲାନେତ୍ତୃବର୍ଗ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ।

ରମେଶ ଜେନା ଙ୍କ ନେତ୍ତୃତ୍ୱରେ ଏକ ବିରାଟ ରାଲି ବାହାରି ସହର ପରିକ୍ରମା ହୋଇଥିଲା। ବହୁସଂଖ୍ୟକ ମହିଳା ଓ ପୁରୁଷ କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଜୟ ସାହୁ, ପ୍ରଶାନ୍ତ ବିଷୋୟୀ, ବନଜା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥୀ, ନଗର କଂଗ୍ରେସ ସଭାପତି ଜଲାଲ ଖାନ, ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଗଣେଶ ରେଡ୍ଡୀ, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜିତ ଆଚାର୍ଯ୍ୟ, ରାଷ୍ଟ୍ରୀୟ କିଷାନ ସଂଘର ସମ୍ପାଦକ ରଶ୍ମି ପଟ୍ଟନାୟକ, ଜିଲ୍ଲା ଆଇଏନଟିୟୁସି ସାଧାରଣ ସମ୍ପାଦକ ଇଜୁ ଅମିନ ଖାନ, ଚିକଲଖଣ୍ଡି ସରପଞ୍ଚ ରାମସ୍ୱାମୀ ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରାଓ, ଆଇନଜୀବୀ ବାବୁ ନାହାକ, ରାମ ତ୍ରିପାଠୀ, ଦୀପକ ରାଉଳ,ଦେବାଶିଷ ମହାନ୍ତି, ରଞ୍ଜିତ ରଥ, ଚିଦାନନ୍ଦ ପ୍ରଧାନ, ମାନସ ସ୍ବାଇଁ, ପାପା ରାଓ, ମହେଶ କୁମାର ଗୌଡ଼, ରାକେଶ ପ୍ରଧାନ, ଭାବନୀ ସାହୁଙ୍କ ସମେତ ଶତାଧିକ ଛାତ୍ର, ଯୁବକ, ମହିଳା ଏବଂ କଂଗ୍ରେସ ପ୍ରେମୀ ମାନେ ଯୋଗଦାନ କରିଥିଲେ।

ବ୍ରହ୍ମପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.