ସୁବର୍ଣ୍ଣପୁର : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରି ଠାରେ ହୋଇଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀମାନଙ୍କୁ ନ୍ୟାୟ ଦେବା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି ।ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏହି ଧାରଣାରେ ସାମିଲ ହୋଇଥିଲେ ।କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅ ନିଜ ଗାଡିରେ ଚାଷୀମାନଙ୍କୁ ଚପାଇ ଦେଇଥିବା ବେଳେ ଏହି ଘଟଣାରେ ଆଠଜଣ ଚାଷୀ ପ୍ରାଣ ହରାଇଛନ୍ତି ।ତେବେ ଏହି ଘଟଣାକୁ ଚପାଇବା ପାଇଁ ବିଜେପି ସରକାର ପ୍ରୟାସ କରୁଥିବା ବେଳେ କଂଗ୍ରେସ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ମନ୍ତ୍ରୀଙ୍କ ପୁଅ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି କରିଛନ୍ତି ।ଏପରିକି ଏହି ଘଟଣାର ପ୍ରତିବାଦ କରିଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଭାଦ୍ରାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ କୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀମାନେ ।ଦାବି ପୁରଣ ନ ହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )