କଟକଣା ପରିଧିରେ ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜା ପାଳନ

0 9

ପଶ୍ଚିମ ଓଡିଶାର ଅନ୍ୟତମ ପ୍ରସିଦ୍ଧ ପୂଜା ମାନଙ୍କ ମଧ୍ୟରେ ସୋହେଲା ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି । ବରଗଡ଼ ଜିଲ୍ଲା ସୋହେଲା ଠାରେ ସତ ଭାବନା ଓ ଭାଇଚାରା ର ପର୍ବ ଦଶହରା ରେ ଉତ୍ସବ ମୁଖରିତ ହୋଇଥାଏ ସୋହେଲା । ଏଠାରେ ସର୍ବଧର୍ମ ର ଲୋକଙ୍କ ଆୟୋଜନ ରେ ନବରାତ୍ରି ପାଳନ ଅବସରରେ ଦଶଦିନ ପୂଜା ପାଆନ୍ତି ମାଁ ଦୁର୍ଗା l କିନ୍ତୁ ଦୁଇ ବର୍ଷ ହେବ ଫିକା ପଡିଛି ଦଶହରା କୋବିଡ କଟକଣା ପାଇଁ ହୋଇ ପାରୁନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡ଼ି ରେ ଆତସବାଜି । ଭାଙ୍ଗି ଯାଇଛି ଭକ୍ତ ଶ୍ରଦ୍ଧାଳୁ ଓ ଆୟୋୟକ ମାନଙ୍କ ମନରେ । ଗତ ୬ ତାରିଖ ଗୁରୁବାର ଠାରୁ ବିଲ୍ଵ ବରଣ ଓ କଳସ ଯାତ୍ରା ପରେ ପୂଜା ଆରମ୍ଭ ହେବାର ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ଚଳ ଚଞ୍ଚଳ ନାହିଁ ସୋହେଲା ନଗରୀ । ଦୁର୍ଗା ପୂଜା କମିଟି ତରଫରୁ ସମସ୍ତ କୋରୋନା ନିୟମ ଅନୁସାରେ ମାସ୍କ , ସାନିଟାଇଜର ର ବ୍ୟବସ୍ଥା ସହ ମନ୍ଦିର ବା ମଣ୍ଡପ କୁ କେବଳ କର୍ତ୍ତା ଓ ପୂଜକ ର ପ୍ରବେଶ ଛଡ଼ା ଶ୍ରଦ୍ଧାଳୁ ଙ୍କ ପାଇଁ ସାମାଜିକ ଦୂରତା ରଖି ବାହାରୁ ଦର୍ଶନ ର ସୁ ବ୍ୟବସ୍ଥା କରାଯାଇଛି । ଏହା ସହ ସ୍ଥାନୀୟ ପ୍ରଶାସନ ତରଫରୁ ମଝିରେ ମଝିରେ ମନ୍ଦିର ପ୍ରାଙ୍ଗଣ କୁ ବିଶୋଧନ ମଧ୍ୟ କରାଯାଉଛି । ଚଳିତ ବର୍ଷ ଠିକ ସମୟରେ ବର୍ଷା ନ ହେବା କାରଣରୁ ମରୁଡି ସୁନିଶ୍ଚିତ ଦେଖାଦେଇ ସାରିଲାଣି l ବିଗତ ଦଶହରା ମାନଙ୍କରେ ଚାଷ ଉପରୁ ଭରସା ଉଠି ଯାଇଥିଲେ ମଧ୍ୟ ଲୋକେ ସୋହେଲା ଦୁର୍ଗା ପୂଜା କୁ ନିଶ୍ଚୟ ଦେଖିବାକୁ ଆସୁଥିଲେ କିନ୍ତୁ ଏ ବର୍ଷ ଗୋଟିଏ ପଟେ ମରୁଡି ଆଉ କୋରୋନା ର ପ୍ରଭାବ ଆହୁରି ପ୍ରଭାବିତ କରିଛି ।

ପ୍ରକାଶ ଚନ୍ଦ୍ର ଦେବତା- ( ସଭାପତି) ଦୁର୍ଗାପୂଜା କମିଟି – ମାଁ ଙ୍କ ପୂଜା ତ ଯେମିତି ହୁଏ ସମସ୍ତ ରୀତି ନୀତି ଅନୁସାରେ ପାଳନ କରାଯିବ । ଦୁଃଖର ବିଷୟ ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ରାମଲୀଳା, ରାବଣ ପୋଡ଼ି କରାଯିବ ନାହିଁ । ବିଗତ ବର୍ଷ ମାନଙ୍କରେ ସବୁବେଳେ ଚିନ୍ତା ଥାଏ ଯେ, କେମିତି ଶାନ୍ତି ଶୃଙ୍ଖଳା ରେ ରାବଣ ପୋଡ଼ି ଯାଏଁ ସରିଯାଉ ତାହା ଚିନ୍ତା ଥାଏ । ଏ ବର୍ଷ ସେ ସବୁ ନ ହେବା ଯୋଗୁଁ ମନ ଦୁଃଖ ସହ କଷ୍ଟ ଦେଇଛି l

ସୁଶାନ୍ତ ସିଂ- ( କାର୍ଯ୍ୟକାରୀ ସଭାପତି ) – ସୋହେଲା ଦୁର୍ଗା ପୂଜା ମାନେ ଆଖ ପାଖ ୯୦ ଖଣ୍ଡ ଗାଁ ର ଲୋକେ ଜଗି ବସିଥାନ୍ତି ଏଠାରେ କେବେ ଦଶହରା ପୂଜା ଅନୁଷ୍ଠିତ ହେବ ଓ ଆମେ ଦେଖିବାକୁ ଯିବା ଏମିତି ଅନେକ ପ୍ରଶ୍ନ ମଧ୍ୟରେ ମଣିଷ ଛଟପଟ ହେଉଥିବାବେଳେ, ମହାମାରୀ କରୋନା ସବୁ ବିଗାଡି ଚୁରମାର କରିଦେଇଛି l କୋରୋନା ପାଇଁ ଗତ ଦୁଇ ବର୍ଷ ହେବ ସମସ୍ତଙ୍କ ମନରେ କଷ୍ଟ ହେଉଛି ଯେମିତି ସମସ୍ତ କାର୍ଯ୍ୟକ୍ରମ ସହ ସୋହେଲା ଦୁର୍ଗାପୂଜା ହୋଇ ପାରୁନଥିବାରୁ ଓ ଅନୁରୋଧ କରୁଛି ଜନସାଧାରଣ ଙ୍କୁ ଏହିକି, ସମସ୍ତେ ସରକାର ବା କମିଟି ର ନିୟମ ମାନି ଆସି ଦର୍ଶନ କରନ୍ତୁ କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷିତ ରୁହନ୍ତୁ ।

ବରଗଡ ଜିଲ୍ଲା ପଦ୍ମପୁର ଇପିଏ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.