କଟକଣା ଭିତରେ ନବରାତ୍ର ପୂଜା ପାଉଛନ୍ତି ଜଗତ ଜନନୀ ମାଁ ଦୁର୍ଗା

0 17

ଚଳିତ ବର୍ଷ କରୋନା କଟକଣାକୁ ପାଳନ କରି ବଲାଙ୍ଗୀର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମରେ ବିନା ଭକ୍ତଙ୍କ ଭିଡରେ ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି। ଧରାପୃଷ୍ଟକୁ ଅବତରଣ କରିଛନ୍ତି ମାଁ ଜଗତ ଜନନୀ ଦୁର୍ଗା ଟିକ୍ରାପଡା,ରୁଗୁଡିପଡା,ଶାନ୍ତିପଡା, ପେଲେସ ଲାଇନ ପୂଜା ମଣ୍ଡପରେ ରେ ନବରାତ୍ର ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି। ଭକ୍ତ ଓ ମାଁ ଙ୍କ ମଧ୍ଯ ରେ ପାଚେରୀ ସୃଷ୍ଟି କରିଛି ମହାମାରି କୋରୋନା। ତଥାପି ମାଁ ଙ୍କ ଆଳତି ଦେଖିବା ପାଇଁ ପରଦା ବାହାରେ ଅପେକ୍ଷ। କରିବାକୁ ପଡୁଛି ଭକ୍ତ ଙ୍କୁ। ପୀଠ ଓ ପୂଜାମଣ୍ଡପ ସବୁ ଘୋଡେଇ ହୋଇଛି ପରଦାରେ। ପରଦା ଉହାଡରେ ଚାଲିଛି ମାଁ ଙ୍କ ନୀତିକାନ୍ତି ସିମିତ ପୂଜକ ଓ କର୍ମକର୍ତ୍ତାମାନଙ୍କ ମଧ୍ଯ ରେ।
ଭକ୍ତ ଓ ପୂଜକ ପ୍ରାର୍ଥନା ମାଁ ଆସିଛୁତ’ ମାଁ ଏ ଧରାପୃଷ୍ଠରୁ ମହାମାରି କୋରୋନା ଅପସରି’ଦେ।

ବଲାଂଗୀର ଇପିଏ ରୁ ଅଞ୍ଜୁ ପୃଷ୍ଟି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.