କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା କଙ୍କଡାଆମ୍ବ ଗାଁରେ ବକ୍ସାଇଟ ଉତ୍ତୋଲନ ନିମନ୍ତେ ପରିବେଶ ଜନ ଶୁଣାଣି
ହିଣ୍ଡଲକୋ ପକ୍ଷରୁ ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ବକ୍ସାଇଟ ଉତ୍ତୋଲନ ନିମନ୍ତେ ପରିବେଶ ଜନ ଶୁଣାଣି କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହେଉଛି । ଗତ ସେପ୍ଟେମ୍ବର 21 ତାରିଖରେ ଅନୁଷ୍ଠିତ ଯସନଶୁଣାଣୀ ସମୟରେ ସଭାକ୍ଷେତ୍ର ଟି ରଣକ୍ଷେତ୍ର ପାଲଟିଥିଲା ଓ ଜନଶୁଣାଣୀ ସମ୍ଭବ ହୋଇପାରିନଥିଲା । ଗତ ଥରର ଅନୁଭୂତିକୁ ଆଖିରେ ରଖି କଙ୍କଡାଆମ୍ବ ଗ୍ରାମ ନିକଟ ଜାତୀୟ ରାଜପଥ ନିକଟରୁ ସଭା କ୍ଷେତ୍ର ପର୍ଯ୍ୟନ୍ତ ପୋଲିସ ଛାଉଣୀ ହୋଇ ରହିଥିବା ବେଳେ ପାହାଡ ଉପରୁ ବିକ୍ଷୋଭକାରୀ ଙ୍କ ସମ୍ଭାବ୍ୟ ପ୍ରବେଶକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟା ତାରବାଡ଼ ଯୋଗେ ଘେରାଇ ଦିଆଯାଇଛି । ଆଜିର ଏହି ଜନଶୁଣାଣୀରେ କୋରାପୁଟର ଦୁଇଜଣ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ହୋଇଥିବା ବେଳେ ଗ୍ରାମବାସୀଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ହିଁ ସଭାସ୍ଥଳକୁ ପ୍ରବେଶ କରିବାର ଅନୁମତି ଦିଆଯାଇଛି । ମାଳି ପର୍ବତରୁ ଖଣି ଉତ୍ତୋଳନ କରିବା ପାଇଁ ଜନ ଶୁଣାଣୀ ହେବା ପାଇଁ ଆୟୋଜନ ହୋଇଥିବା ବେଳେ ୧୮ଟି ଗ୍ରାମପଞ୍ଚାୟତରୁ ୭୦ ଖଣ୍ଡ ଗ୍ରାମବାସୀ ସଭାକ୍ଷେତ୍ରରେ ଉପସ୍ଥିତ ହେଉଥିବା ସୂଚନା ମିଳିଛି ।
କୋରାପୁଟ,କୋରାପୁଟ ଜିଲ୍ଲା ସେମିଳିଗୁଡା କଙ୍କଡାଆମ୍ବ ଗାଁରେ ହିଣ୍ଡୋଲକୋ ପକ୍ଷରୁ ଖଣି ଖନନ ପାଇଁ ମାଳି ପର୍ବତ ଖନନକୁ ନେଇ ପରିବେଶ ଅନୁମୋଦନ ଜନ ଶୁଣାଣି ଜାରି ରହିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ପଟାଙ୍ଗି ତହସିଲର ଆଲିଗାଁ, ସୋରିଷ ପଦର ,କଙ୍କଡା ଆମ୍ବ ଗ୍ରାମର ୨୬୮.୧୧ ହେକ୍ଟର ପରିମିତ ଅଂଚଳରେ ଅବସ୍ତିତ ମାଳି ପର୍ବତରୁ ବାର୍ଷିକ ୦.୬ ନିୟୁତ ଟନ ବକ୍ସାଇଟ ଉତୋଳନ କରିବାକୁ ଆୟୋଜିତ ହୋଇଛି। ଗତ ମାସ ୨୧ ତାରିଖରେ ଜଣ ଶୁଣାଣି ହୋଇଥିବାବେଳେ ତୀବ୍ର ବରୋଧ ହୋଇଥିଲା। ରଣ କ୍ଷତ୍ର ପାଲଟିଥିଲା ସଭାସ୍ଥଳୀ। ଏହି ସୁନାନୀରେ ୨୨ ଟୁନ ପୋଲିସ ଫୋର୍ଷ,୨ ଏ ଏସ୍ପି, 6 ଡିସେସ୍ପି ଓ ୧୨ ଆଇଆଇ ସି ଉପସ୍ଥିତ ରହିଛନ୍ତି। କଡା ସୁରକ୍ୟ ମଧ୍ୟରେ ଶୁଣାଣି ହେବ। ଏଥିରେ ୪ ଟି ପଞ୍ଚାୟତର ୧୯ ଟିଗ୍ରାମର ଗ୍ରାମବାସୀ ଯୋଗ ଦେଇଥିଲେ l
କୋରାପୁଟ ଜିଲ୍ଲା ଇପିଏ ରୁ ଜୟସିଂ ପୋଡ଼ା ସେଟି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )