କନିଷ୍ଠ ଶିକ୍ଷକଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ଦାବି

0 61

ପାରିଶ୍ରମିକ ବୃଦ୍ଧି ଓ ଗତ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି। ଧର୍ମଗଡ ଶିକ୍ଷକ ସଂଘ ସଭାପତି ବଙ୍କିମ ସାଗରଙ୍କ ନେତୃତ୍ବରେ ଧର୍ମଗଡ଼ ବିଇଓ ଓ ଉପଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଛି।ସମସ୍ତ ପ୍ରକାର ଯୋଗ୍ୟତା ଥିବା ସତ୍ତ୍ୱେ ଜଣେ ଶିକ୍ଷକ ଜଣେ ଅଣକୁଶଳୀ ଶ୍ରମିକ ଠାରୁ ମଧ୍ୟ କମ ପାରିଶ୍ରମିକ ପାଉଛି।ଜଣେ ଶ୍ରମିକ ଦୈନିକ ୩୦୦ ଟଙ୍କାରୁ ଉର୍ଦ୍ଧ୍ବ ପାଉଥିବା ବେଳେ ଦୈନିକ ୨୧୭ ଟଙ୍କା ହିସାବରେ ମାସକୁ ୬୫୧୨ ଟଙ୍କା ପାଉଛି।ଏଣୁ ଶିକ୍ଷକ ମାନଙ୍କୁ ଗତ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚୁକ୍ତି ଭିତ୍ତିକ ନିଯୁକ୍ତିର ଉଚ୍ଛେଦ ହୋଇ ଓଡିଶା ବର୍ଗ-ଗ(ଚୁକ୍ତିନାମା ନିୟମ ୨୦୧୩)ଶିକ୍ଷକ ମାନଙ୍କୁ ସାମିଲ କରି ୬,୫୧୨ ଟଙ୍କା ପାରିଶ୍ରମିକ ବଦଳରେ ୧୬୦୦୦ଟଙ୍କା କରିବାକୁ ଦାବି କରାଯାଇଛି।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.