କନ୍ଦାଇବା ଆରମ୍ଭ କଲାଣି ପିଆଜ:ଖାଉଟିଙ୍କୁ ଏବେ ପିଆଜ ଚିନ୍ତା

0 9

ହୁ ହୁ ବଢିଲାଣି ପିଆଜ ଦର । ଯେଉଁ ପିଆଜ ୨ ସପ୍ତାହ ତଳେ ୪୦ ରୁ ୪୫ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୬୦ରେ ପହଞ୍ଚିଲାଣି । ପିଆଜର ଅହେତୁକ ଦରବୃଦ୍ଧି ପାଇଁ ଖାଉଟି ହନ୍ତସନ୍ତ ହେଲେଣି । ତେବେ ବ୍ୟବସାୟୀଙ୍କ କହିବା କଥା ନାସିକରୁ ପିଆଜ ଆମଦାନୀ କମିଥିବାରୁ ରାଜ୍ୟରେ ପିଆଜ ଦର ବଢିଛି । ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ । ପିଆଜ କିଲୋ ରାଜ୍ୟର ଖୁଚୁରା ବଜାରରେ ୫୫ ରୁ ୬୦ରେ ପହଞ୍ଚିଲାଣି । ୨ ସପ୍ତାହ ତଳେ ଏହା ୪୦ ରୁ ୪୫ ଟଙ୍କା ଥିଲା । ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ପଡିଲେଣି ଅଡୁଆରେ ।
ଯେଉଁଠି ଖାଉଟି କେଜିଏ ପିଆଜ କିଣୁଥିଲା ସେଠି ଏବେ ଅଧା କେଜିରେ କାମ ଚଳାଇବାକୁ ବାଧ୍ୟ ହେଉଛି । ତେବେ କାହିଁକି ଏଭଳି ହଠାତ୍ ବଢି ଚାଲିଛି ପିଅ୍ଧକ୍ସ ଖାଉଟିଙ୍କୁ ଅଜଣା ଫେବ୍ରୁଆରୀ ମାସ ପିଆଜ ଅମଳର ଋତୁ ।
ଏହି ସମୟରେ ଖୁଚୁରା ବଜାରରେ ପିଆଜ କିଲୋ ପିଛା ୧୨ରୁ ୧୪ଟଙ୍କା ରହିବା କଥା । ହେଲେ ଏହା ଏବେ୫୦ଟଙ୍କାରୁ ଉର୍ଦ୍ଧରେ ପହଞ୍ଚିବା ପଛରେ ଭିନ୍ନ ଭିନ୍ନ କାରଣ ଦର୍ଶାଉଛନ୍ତି ବ୍ୟବସାୟୀ । ତେବେ ଯଦି ଏହି ପରିମାଣରେ ପିଆଜ ଦର ବଢେ ତେବେ ଗରିବଙ୍କ ପଖାଳ କଂସାରୁ ପିଆଜ ଉଭାନ ହୋଇଜିବ ବେଲି ଖାଉଟି ମହଲରେ ଚର୍ଚ୍ଚା ହେଉଛି । ତେଣୁ ସରକାର ଏବେ ଠାରୁ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.