କବିବର ରାଧାନାଥ ରାୟ ଙ୍କ ଜୟନ୍ତୀରେ ଭାବପୂର୍ଣ୍ ଶ୍ରଦ୍ଧାଞ୍ଜଳି

0 165

ବିବର ରାଧାନାଥ ରାୟ ସ୍କୃତି ସମ୍ମାନ ପ୍ରଦାନ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ଭୁବନେଶ୍ଵର ପିଏମ୍‌ଜି ଛକସ୍ପିତ ତାଙ୍କ ପ୍ରତିମୂର୍ଭିମ୍ପଳୀରେ ଆଜି ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡଃ ମିନତୀ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ଯକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ସତ୍ୟ ଜେନା, ଜୟ ଓଡ଼ିଶା ସଙ୍ଗଠନ ଅଧକ୍ଷ ରୁଦ୍ର
ନାରାୟଣ ସାମନ୍ତରାୟ, ଅନ୍ୟ ସଭ୍ୟମାନେ, ଜ୍ୟୋତିପ୍ରଭା ସମନାଦକ ଆଶୁତୋଷ ସାମନ୍ତରାୟ, ଅଧ୍ଧାପକ ରମେଶ ଚନ୍ଦ୍ର ପାତାଳସିଂହ, ଡଃ ଅସିତ ଦାସ, ଭିକାରୀ ଚରଣ ସାହୁ ପ୍ରମୁଖ ଯୋଗଦେଇ ପ୍ରତିମୂର୍ଭିରେ ମାଲ୍ୟାର୍ପଣ କରିବା ସଙ୍ଗେସଙ୍ଗେ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ବାଲେଶ୍ଵର ଜିଲ୍ଲାର ସୋରୋ କେଦାରପୁରରେ ୧୮୪୮ ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରି ୧୯୦୫ ଅପ୍ରେଲ୍‌ ମାସ ୧ ୬ ତାରିଖରେ ଇହଲୀଳା ସମ୍ବରଣ କରିଥିବା କବିବର ରାଧାନାଥ ରାୟ ଶିକ୍ଷକତାରୁ ସ୍କୁଲ୍‌ ସମୂହ ପରିଦର୍ଶକ ଦାୟିତ୍ବ ନିର୍ବାହ କରିବା ମଧ୍ଯରେ ପ୍ରଥମେ ବଙ୍ଗଳା କବିତା ରଚନା କରିଥିଲେ ଓ ପରବର୍ତୀ ଅବସ୍ଥାରେ ଓଡ଼ିଆ କାବ୍ୟ କବିତା ରଚନା କଲେ । ତାଙ୍କ କବିତାରେ ପାଶ୍ଚାତ୍ୟ ପ୍ରଭାବ ଥିଲେ ମଧ୍ଯ ତାଙ୍କ କାବ୍ୟ କବିତା
ଜନମାନସକୁ ଗଭୀର ଭାବରେ ପ୍ରଭାବିତ କରୁଥିଲା । ଉତ୍କଳ ସାହିତ୍ୟ ସମାଜର ପ୍ରଥମ ଅଧ୍ବବେଶନରେ ସେ ସଭାପତିତ୍ବ କରିଥିଲେ । ତାଙ୍କ କାଳଜୟୀ ରଚନାବଳୀରେ କବିବର ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୂଦ୍ଧ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ଷକ୍ଷା ଡଃ ମିନତୀ ବେହେରା ଓ ଜୟ ଓଡ଼ିଶା ଅଧ୍ଯକ୍ଷ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ କବିବର ରାଧାନାଥ ରାୟ ସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.