କବି ନଟବର ସିଂହ ସାହିତ୍ୟ ସଂସଦର ଏକାଦଶ ତମ ଆଲୋଚନା ଚକ୍ର ଏବଂ ସାହିତ୍ୟ ଆସର ଅନୁଷ୍ଠିତ

0 14

ବ୍ରହ୍ମପୁର :କବି ନଟବର ସିଂହ ସାହିତ୍ୟ ସଂସଦର ଏକାଦଶ ତମ ଆଲୋଚନା ଚକ୍ର ଏବଂ ସାହିତ୍ୟ ଆସର ବ୍ରହ୍ମପୁର ସ୍ଥିତ ବ୍ରହ୍ମା ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଡା ପ୍ରଦୀପ୍ତ ଚନ୍ଦ୍ର ସିଂହ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମେଜର୍ ରମା ରମଣ ପାଢୀ,ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରକାଶ ଚନ୍ଦ୍ର ଦାଶ, ମୁଖ୍ୟ ବକ୍ତା ଭାବେ ଡକ୍ଟର ମନୋରମା ଦାଶ ଯୋଗଦେଇ “ଗଙ୍ଗାଧର ମେହେର ଓ ତପସ୍ବିନୀ” ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରିଥିଲେ । କବି ନୃସିଂହାନନ୍ଦ ମହାପାତ୍ର ଙ୍କ ଲିଖିତ ପୁସ୍ତକ ” ଉପନିଷଦୀୟ ଦିବ୍ୟ ଚରିତ୍ର “ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କବି ସୁଧିର କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଅତିଥି ରୂପେ ଡକ୍ଟର ଶ୍ଯାମା ପ୍ରସାଦ ମିଶ୍ର, କବି ପ୍ରମୋଦ କୁମାର ପଣ୍ଡା, କବି ଅଜିତ କୁମାର ତ୍ରିପାଠୀ ଯୋଗଦେଇ ଥିଲେ । କବି ଭାସ୍କର ରାଉତ, ପ୍ରଶାନ୍ତ କୁମାର ଆଚାରୀ,କପିଳ ଚନ୍ଦ୍ର ମହାନ୍ତି, ଚନ୍ଦ୍ର ଶେଖର ମହାପାତ୍ର, ନୃସିଂହାନନ୍ଦ ମହାପାତ୍ର, ବୀରେନ୍ଦ୍ର କୁମାର ଜେନା,ପ୍ରସନ୍ନ କୁମାର ସାହୁ, ରଜନୀକାନ୍ତ ପାଢୀ, ବୃନ୍ଦାବନ ସାହୁ, ସ୍ବର୍ଣ୍ଣ ମୟୀ ପାଢୀ, ସୁଜାତା ଶତପଥୀ, ଜ୍ଯୋସ୍ନା ମହାନ୍ତି, ଅମିତା ମିଶ୍ର , ଡାକ୍ତର ପ୍ରଦୀପ୍ତ ଡାକୁଆ,ସମେତ ଚାଳିଶି ଜଣ କବି ସ୍ବ ରଚିତ କବିତା ପାଠ କରିଥିଲେ, ଅନୁଷ୍ଠାନ ର କାର୍ଯ୍ୟକାରୀ ସମ୍ପାଦକ ଚିନ୍ମୟ ରଞ୍ଜନ ମିଶ୍ର ଓ ବନ୍ଦନା ମିଶ୍ର କବିତା ଗୁଡିକ ର ସଂଯୋଜନା କରିଥିଲେ, ସମ୍ପାଦକ ଜିତେନ୍ଦ୍ର କୁମାର ଗନ୍ତାୟତ ମଞ୍ଚ ପରିଚାଳନା ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ, ଶେଷରେ ଆଇନଜୀବୀ ରଞ୍ଜନ କୁମାର ନାହାକ ଧନ୍ୟବାଦ ପ୍ରଦାନ କରିଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.