କମ୍ରେଡ କାଳୁ ପଣ୍ଡାଙ୍କ ବିୟୋଗ

0 7

ସି ପି ଆଇ (ଏମ ) ର ପୂର୍ବତନ ରାଜ୍ୟ କମିଟି ସଭ୍ୟ, ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲା ସମ୍ପାଦକ, ଜିଲ୍ଲା ପାର୍ଟି ର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା
ସି ଆଇ ଟି ୟୁ ର ପୂର୍ବତନ ରାଜ୍ୟ ଉପସଭାପତି କମ୍ରେଡ କାଳୁ ପଣ୍ଡା ଆମ ଗହଣ ରେ ଆଉ ନାହାଁନ୍ତି l ଚିକିତ୍ସାଧୀନ ଅବସ୍ଥାରେ AIIMS ଭୁବନେଶ୍ୱର ରେ ମୃତ୍ୟୁ ବରଣ କରିଛନ୍ତି lତାଙ୍କ ବିୟୋଗରେ ପାର୍ଟିଜିଲ୍ଲା କମିଟି ପକ୍ଷରୁସହୀଦ ଲକ୍ଷ୍ମଣ କମୁନିଟି ହଲ ଠାରେ ତାଙ୍କର ଶେଷ ଦର୍ଶନ ଓ ସଂମାନ ଦେବା ପାଈଁ ମର ଶରୀର କୁ କିଛି ସମୟ ପାଈଁ ରଖାଯାଇଥିଲା. ପ୍ରୟାତସାଥୀଙ୍କୁ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଜିଲ୍ଲା ରୁ ଶତାଧିକ ବାମ ପନ୍ଥୀ ନେତା ଓ କର୍ମୀ ଉପସ୍ଥିତ ଥିଲେ.ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ cpi ର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ମହାପାତ୍ର, ବରିଷ୍ଠ ଆଇନ ଜିବି ବସନ୍ତ ପଣ୍ଡା, ବୟୋଜ୍ୟେଷ୍ଟ ବାମପନ୍ଥୀ ନେତା ଦଣ୍ଡପାଣି ମହାନ୍ତି ପ୍ରମୁଖ ଯୋଗ ଦେଇ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜଣାଇଥିଲ.
: ଅନ୍ୟ ମାନଙ୍କ ମଧ୍ୟରେ cpim ରାଜ୍ୟ ସମ୍ପାଦକ ଅଳି ପଟନାୟକ, ସୁରେଶ ପାଣିଗ୍ରାହୀ, କୈଳାଶ ଷଡ଼ଙ୍ଗୀ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ପି ହରିକୃଷ୍ଣ ରେଡ୍ଡୀ, ବିଦ୍ୟାଧର ଜେନା, ରାମ ଚନ୍ଦ୍ର ନାୟକ, ଦିଲ୍ଲୀପ ଛୋଟରାୟ, ଗୋପାଳ ପାଣିଗ୍ରାହୀ ପ୍ରମୁଖ ରାଜ୍ୟ ତଥା ଜିଲ୍ଲା ନେତୃତ୍ୱ ଉପସ୍ଥିତ ଥିଲେ.

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.