କରୋନା ରେ ପ୍ରାଣ ହରାଇଥିବା ସାମ୍ୱାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ

0 7

କୋଭିଡ ମହାମାରୀ ସମୟରେ ପ୍ରାଣ ହରାଇଥିବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନକ୍ଷତ୍ର ନିଉଜ ର ସାମ୍ବାଦିକ ସ୍ବର୍ଗତ ଭାନୁ ପ୍ରକାଶ ରଥଙ୍କ ପରିବାର କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।ଅନଲାଇନ ମାଧ୍ୟମରେ ଦିଆଯାଇ ଥିବା ସହାୟତା ରାଶିର ପ୍ରମାଣପତ୍ର କୁ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀ ଚନ୍ଦନ ଏବଂ ସୁଶାନ୍ତ କୁମାର ପଟେଲ ସ୍ବର୍ଗତ ରଥଙ୍କ ଧର୍ମପତ୍ନୀ ସୁଦୀପ୍ତା ଦାସଙ୍କୁ ପ୍ରଦାନ କରିଛନ୍ତି।କଳାହାଣ୍ଡି ଜିଲ୍ଲାରେ ନକ୍ଷତ୍ର ନିଉଜ ରେ କାର୍ଯ୍ୟରତ ଥିବା ସ୍ବର୍ଗତ ରଥ କୋଭିଡ ସମୟରେ ସଂକ୍ରମଣର ଶିକାର ହୋଇ ଗତ ୨୯.୪.୨୦୨୧ ତାରିଖରେ ବିଶାଖାପାଟଣା ରେ ମୃତ୍ୟୁ ବରଣ କରିଥିଲେ।

କରୋନା ମହାମାରୀ ସମୟରେ ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାରୁ ସ୍ବର୍ଗତ ରଥଙ୍କ ଆବଶ୍ୟକୀୟ କାଗଜପତ୍ର ସହ କଳାହାଣ୍ଡି ଜିଲ୍ଲାପାଳ ଙ୍କ ସୁପାରିଶ କ୍ରମେ ଡିପିଆରଓ ଙ୍କ ମାଧ୍ୟମରେ ରାଜ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ କୁ ଅନୁମୋଦନ ନିମନ୍ତେ ପଠାଯାଇ ଥିଲା।ସହାୟତା ରାଶି ପାଇ ସ୍ବର୍ଗତ ରଥଙ୍କ ଧର୍ମପତ୍ନୀ ସୁଦୀପ୍ତା ଦାସ ମୁଖ୍ୟମନ୍ତ୍ରୀକୁ ପ୍ରଶଂସା କରିଛନ୍ତି।ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ନିଜାରତ ଅଧିକାରୀ ଶଙ୍କର ନାଗ, ଜରୁରୀ ବିଭାଗ ଅଧିକାରୀ ସୁଶ୍ରୀ ପ୍ରଧାନ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.