କଲ୍ୟାଣମୟୀ ମା ‘ ବନଦୁର୍ଗାଙ୍କ ପୁସ୍ତକ ଉନ୍ମୋଚିତ

0 32

ରାଇରଙ୍ଗପୁର : ବାଦାମପାହାଡ଼ ସ୍ଥିତ ମା’ ବନଦୁର୍ଗା ମନ୍ଦିର କମିଟି ପକ୍ଷରୁ କଲ୍ୟାଣ ମୟୀ ‘ମା’ ବନ ଦୁର୍ଗା ପୁସ୍ତକ ଉନ୍ମୋଚିତ ହୋଇଯାଇଛି I ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଝାରଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ର୍ରୌପଦୀ ମୂର୍ମୁ, ସଂମ୍ମାନିତ ଅତିଥି ଭାବେ ବି ଜେ ପି ରାଜ୍ୟ ସମ୍ପାଦକ ନବୀନ ରାମ ଯୋଗ ଦେଇଥିଲେ I ଏହି ଅଂଚଳର ବିଭିନ୍ନ ଦେବତା, ଓ ଏତିହ୍ୟ , ସଂସ୍କୃତି ଭରପୁର ଥିଲାବେଳେ ଲେଖକଙ୍କର ଏଭଳି ଉଦ୍ୟମକୁ ମୁଖ୍ୟ ଅତିଥି ଶ୍ରୀମତୀ ମୂର୍ମୁ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମକୁ ଲେଖକ ତଥା ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ ସଭାପତିତ୍ୱ କରିବା ସହିତ ମା’ଙ୍କ ଦର୍ଶନରେ ଆସି ମା’ ଙ୍କ ସମ୍ପର୍କରେ ଏହି ପୁସ୍ତକ ଲେଖି ବାର ପ୍ରେରଣା ପାଇଥିଲେ ବୋଲି ପ୍ରକାଶ କରିଥିଲେI ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଲଳିତ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ I ଏଥିରେ ବନ ଦୁର୍ଗା କମିଟିର ସଦସ୍ୟ ଦୀପକ କୁମାର ସ୍ୱାଇଁ, ରଞ୍ଜନ କୁମାର ସାହୁ, ଦଲ୍ ବହାଦୁର, ରତ୍ନାକର ହୋତା, ବିଜୟ କୁମାର ଦାସ, ମଧୁ ସାହୁ, ଲିଟୁ ମହାପାତ୍ର, ଦିପୁ ପୃଷ୍ଟି, ସାମ୍ବାଦିକ ସଞ୍ଜୟ ମହାକୁଡ଼, ପ୍ରଶାନ୍ତ ବେହେରା,ପ୍ରକାଶିକା ସରୋଜିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ପ୍ରସାଦ ସେବନ କରାଯାଇଥିଲା I

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.