କଳାହାଣ୍ଡି ଜିଲ୍ଲାରେ ଚାକିରୀ ଦେବା ନାଆରେ ଠକେଇ ,ଟାର୍ଗେଟରେ ଶିକ୍ଷିତ ଯୁବକ

0 10

ହନେଷ୍ଟ ଟେଗ ନାମକ ସଂସ୍ଥା ଜଣକ ପିଛା ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରି ଟ୍ରେନିଙ୍ଗ ପରେ ଚାକିରୀ ଆଶା ଦେଖାଇ କରୁଥିଲେ ଠକେଇ। ଭବାନୀପାଟଣା ସହରର ବିଭିନ୍ନ ହଷ୍ଟେଲ ରୁ ୭୦ ଯୁବକ ଉଦ୍ଧାର। ଏହି ମାମଲାରେ ଭବାନୀପାଟଣା ଟାଉନ ଥାନା ପୋଲିସ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୧୪ ଜଣ ମଧ୍ୟରେ ମାଷ୍ଟର ମାଇଣ୍ଡ ରାଜେଶ କୁମାର ମହାରଣା ସମେତ ରାଜ୍ୟ ବାହାରର ୨ ଜଣ ଓ ବାକି ଓଡିଶା ର ବିଭିନ୍ନ ଜିଲ୍ଲାର ଅଛନ୍ତି। ଉଦ୍ଧାର ୭୦ ଜଣ ଯୁବକ ମଧ୍ୟ ରେ କଳାହାଣ୍ଡି ରୁ ଜଣେ ମଧ୍ୟ ନାହାନ୍ତି। କିଛି ଦିନ ତଳେ ଗ୍ଲେଜ ଓଡ଼ିଶା ନାଁ ରେ ଠକ ସଂସ୍ଥା ର ୬ ଜଣ ଗିରଫ ହୋଇଥିଲେ।ବିବରଣୀରୁ ପ୍ରକାଶ ଯେ,କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦେବାନ ସାହେବ ପଡାର ଏକ ଭଡା ଘରେ ବିଭିନ୍ନ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ବେକାରୀ ଯୁବକ ଓ ବ୍ୟକ୍ତି ମାନଙ୍କୁ ରଖି ତାଲିମ ଦିଆଯାଉଥିଲା । ପ୍ରଥମେ ବେକାର ଯୁବକ ମାନଙ୍କୁ ଚାକିରୀ ପାଇବାକୁ ହେଲେ ୧୫ ହଜାର ଟଙ୍କା ଜମା କରିବାକୁ କହି ଡାଟା ଅପରେଟର, ଅଫିସକାମ ଭଳି ନିଯୁକ୍ତି ଦିଆଯିବ କହି ଚେନ ସିଷ୍ଟମ ବିଜନେସରେ ଲଗାଉଥିଲା ଠକ ସଂସ୍ଥା । ଏହି ତାଲିମ ସମୟରେ ତାଙ୍କୁ ତୀକ୍ଷଣ ନଜରରେ ରଖାଯାଇ ବାହାରକୁ ଛଡ଼ାଯାଉଥିଲା । କାମ କରିବାକୁ ମନା କଲେ ପ୍ରାର୍ଥୀ ମାନଙ୍କୁ ଗୃହବନ୍ଦି ଭାବେ ରଖାଯାଉଥିଲା ।
ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ ଗୁରୁବାର କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପୋଲିସ ଚାଢ଼ାଉ କରି ଠକ ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଥିବା ବେଳେ ସଂସ୍ଥାର ମାଷ୍ଟର ମାଇଣ୍ଡ ରାଜେଶ ମହାରଣା ଫେରାର ମାରିଥିଲା । ଏହାକୁ ନେଇ ଛାନଭିନ ଆରମ୍ଭ କରିଥିଲା ପୋଲିସ ପରେ ଠକ ସଂସ୍ଥାର ୧୪ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ ।

କଳାହାଣ୍ଡି ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.