କଳାହାଣ୍ଡି ଜିଲ୍ଲାରେ ବିଶ୍ୱାସର ପର୍ବ ଖନ୍ଧାଚଲା

0 129

ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ଦେବାଦେବୀଙ୍କ ଉତ୍ସବ ସକାଶେ ମଧ୍ୟ ଅନେକ ଗୁଡିଏ ପର୍ବ ପାଳନ କରୁଥିବାର ଦେଖିବାକୁ ମିଳେ ।କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ଏକ ନିଆରା ପର୍ବ ପାଳନ କରାଯାଏ ଯାହାକୁ ଖନ୍ଧାଚଲା କୁହାଯାଏ ଅର୍ଥାତ ଜଳନ୍ତା ଅଙ୍ଗାରରେ ଚାଲିବା।ଏହା ଏକ ଆଞ୍ଚଳିକ ପର୍ବ ଏବଂ ଏହି ପର୍ବରେ ଦୈବୀଶକ୍ତି ମନୁଷ୍ୟ ଶରୀରକୁ ପ୍ରବେଶ କରିଥାଏ ବୋଲି ବିଶ୍ୱାସ ରହିଛି।ମାନସିକ ଧାରୀ ମାନେ ଜଳୁଥିବା ନିଆଁ ଅଙ୍ଗାର ରେ ଚାଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ ।ଏହି ପର୍ବକୁ ଦେଖିବା ପାଇଁ ଗାଁରୁ ତଥା ଦୂରଦୂରାନ୍ତରୁ ଅନେକ ଲୋକ ଭିଡ଼ ଜମିଥାଏ ଏବଂ ବିଶ୍ୱାସ କରାଯାଏ ଯେ ଯେଉଁମାନେ ମାନସିକ କରି ଆସନ୍ତି କିମ୍ବା ଯେଉଁ ବିବାହିତା ନାରୀକୁ ଦୀର୍ଘ ବର୍ଷ ଧରି ସନ୍ତାନ ସନ୍ତତି ନ ହେଲେ ସେମାନଙ୍କୁ ମଧ୍ୟ ଦେବୀ ଜଳୁଥିବା ଅଙ୍ଗାରରେ ଚାଲିବାକୁ ନିର୍ଦେଶ ଦିଅନ୍ତି ।ଯାହାଫଳରେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।ଏହି ଦେବୀ ମାଆଙ୍କୁ ଦୁଆରସନୀ ଭାବରେ ଏହି ଗ୍ରାମରେ ପୁଜା ପାଆନ୍ତି।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.