କାମାକ୍ଷାନଗର ସାମ୍ବାଦିକ ସଂଘର ନିର୍ବାଚନ ସଭା ଶେଷ

0 8
New member taking Oath

ଶପଥ ନେଲେ ନୂତନ ସଭ୍ୟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ଦାସୀ ପୋଖରୀ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କାମାକ୍ଷାନଗର ସାମ୍ବାଦିକ ସଂଘର ନିର୍ବାଚନୀ ସଭା ଶେଷ ହୋଇ ଯାଇଛି । ସଂଘର ମୁଖ୍ୟ ଆଇନ ପରାମର୍ଶଦାତା ଧର୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ନିର୍ବାଚନ କାର୍ଯ୍ୟକୁ ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ଉପଦେଷ୍ଟା ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ସଭା ଆୟୋଜିତ ପୂର୍ବରୁ ସଂଘର ଦିବଙ୍ଗତ ସଦସ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ବରିଷ୍ଠ ସାମ୍ବାଦିକ ହିମାଂଶୁ ଶେଖର ମହାପାତ୍ର ସଂଘର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସାମ୍ବାଦିକ ଚିତ୍ତରଞ୍ଜନ ଦ୍ବିବେଦୀ ସଭା ସଞ୍ଚାଳନ କରିଥିଲେ । ସଭାପତି ଭାବେ ଅକ୍ଷୟ କୁମାର ନନ୍ଦ ,ଉପସଭାପତିରେ ବିଦ୍ୟାଧର ବରାଳ, ସମ୍ପାଦକରେ ସୌମେନ୍ଦ୍ର କୁମାର ସାହୁ ,ସହ ସମ୍ପାଦକରେ କରୁଣାକର ମଲ୍ଲିକ , କୋଷାଧ୍ୟକ୍ଷରେ ବିମଳ ଚନ୍ଦ୍ର ବିଶ୍ୱାଳ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ସଂଘର କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ୭ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା । ଏକ ବର୍ଷ ପାଇଁ ଆୟୋଜିତ ହୋଇଥିବା ଏହି ନିର୍ବାଚନ ପ୍ରକ୍ରିୟା ବେଶ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା । କାମାକ୍ଷାନଗର ସାମ୍ବାଦିକ ସଂଘ ଗୃହ ଠାରେ ସମସ୍ତ ନୂତନ ସଭ୍ୟ ମାନେ ବିଧି ମୁତାବକ ଶପଥ ପାଠ ଗ୍ରହଣ କରିଥିଲେ ।

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.