କାର୍ତ୍ତିକ ପୂର୍ଣ୍ଣିମାରେ ସବୁ ଶିବ ମନ୍ଦିର ରେ ୧୪୪ ଧାରା ଜାରୀ କରାଯାଇଛି


ଖୋର୍ଦ୍ଧା ତା ୧୯-୧୧-୨୧: କାର୍ତ୍ତିକ ପୂର୍ଣ୍ଣିମାରେ ସବୁ ଶିବ ମନ୍ଦିର ରେ ୧୪୪ ଧାରା ଜାରି କରାଯାଇଛି।ଖୋର୍ଦ୍ଧା ଗୁରୁଜଙ୍ଗ ର ଧବଳେଶ୍ୱର ମନ୍ଦିର ରେ ୪ ଦିନଧରି କୌଣସି ଯାନିଯାତ୍ରା ର ଆୟୋଜନ ହୋଇନାହିଁ ଏବଂ ଭକ୍ତମାନଙ୍କୁ ମଧ୍ୟ ମନ୍ଦିରକୁ ଯିବାକୁ ନିଷେଧ କରାଯାଉଛି।ମନ୍ଦିରରେ ଠାକୁରଙ୍କ ସମସ୍ତ ନିତ୍ୟକର୍ମ କରାଯାଉଛି।ଭକ୍ତମାନେ ମନ୍ଦିରର ଗେଟ୍ ବାହାରେ ଦୀପ ଜାଳି ଯାଉଛନ୍ତି।ମନ୍ଦିର ପରିସରରେ ଥିବା ପୋଖୋରୀ ରେ ଡଙ୍ଗା ଛାଡ଼ିବାକୁ ମଧ୍ୟ ବାରଣ କରାଯାଇଛି। ଗେଟ ସମ୍ମୁଖରେ ପୋଲିସ କର୍ମଚାରୀଙ୍କୁ ମୂତୟନ କରାଯାଇଛି।
ଖୋର୍ଦ୍ଧା ଇପିଏ ରୁ।ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )