କାର୍ତ୍ତିକ ପ୍ରଥମ ସୋମବାର ଶୈବପୀଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ

0 4

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଥିବା ଶୈବପୀଠ ମାନଙ୍କରେ କାର୍ତ୍ତିକ ପ୍ରଥମ ସୋମବାର ହେତୁ ଶ୍ରଦ୍ଧାଳୁ ଗହଲି ଲାଗିରହିଥିବା ଦେଖିବାକୁ ମିଳିଛି । ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରଶିଦ୍ଧ ଶୈବପୀଠ ଶ୍ରୀ ଗୋଧନେଶ୍ବର ଶୈବପୀଠ ରେ ଆଜି ପବିତ୍ର କାର୍ତ୍ତିକ ମାସ ପ୍ରଥମ ସୋମବାର ଅବସରରେ ଶହ ଶହ ଶ୍ରଦ୍ଧାଳୁମାନେ କୋଭିଡ ନିୟମ ମାନି ବାବା ଗୋଧନେଶ୍ବର ଙ୍କ ଦର୍ଶନ କୃପା ଲାଭ କରିଥିଲେ । ମନ୍ଦିର ପରିଚାଳନା କମିଟିର ପକ୍ଷରୁ ଶାନ୍ତିଶୃଙ୍ଖଳା ସହ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମହାଦେବ ଙ୍କ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁ ମାନେ ନିଜ ମାନସିକ କରି ମହାଦେବ ଙ୍କ ପାଖରେ ଜଳାଭିଷେକ, ରୃଦାଅଭିଷେକ କରି ହୋମ ଯଜ୍ଞ ର ଆୟୋଜନ ହୋଇଥିଲା । ଶେଷରେ ଶ୍ରଦ୍ଧାଳୁ ମାନେ ଏକତ୍ରିତ ସାମହିକ ଭାବେ ପ୍ରସାଦ ସେବନ କରିଥିଲେ । ସେହିପରି ସୁବଳୟା, ସୁନାରିବେଣୀ, ପିତାମହୁଲ, ଚମ୍ପିାମାଲ, ଟିଠିପାଲି, ଉଫୁଲା ,ମେଣ୍ଡାମାଳ, ଚୌକା, ବର୍ଡାକଟା ପ୍ରଭୁତି ଶୈବପୀଠ ମାନଙ୍କରେ କୋଭିଡ ନିୟମ ମାନି ଶାନ୍ତିଶୃଙ୍ଖଳା ସହ ମହାଦେବ ଙ୍କ ଦର୍ଶନ ଲାଭ କରିଥିଲେ ।

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.