କାର୍ୟରତ ଆୟୁଷ ଡାକ୍ତର ଙ୍କ ନିୟମିତ ପାଇଁ ପ୍ରଦାନ କଲେ ଦାବିପତ୍ର

0 14

ଯାଜପୁର : ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନର ନିର୍ଦେଶ କ୍ରମେ ଯାଜପୁର ଜ଼ିଲ୍ଲା ଆୟୁଷ ଡାକ୍ତର ଆସୋସିଏସନର ୫୦ରୁ ଉର୍ଦ୍ଧ ଡାକ୍ତରମାନେ ଯାଜପୁର ଜ଼ିଲ୍ଲାପାଳ ଓ ସି. ଡ଼ି. ଏମ. ଓ ଙ୍କୁ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଗତ ୨୦୦୭ ମସିହା ରୁ ଓଡ଼ିଶାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରରେ ୧୧୫୦ ରୁ ଉର୍ଦ୍ଧ ଆୟୁଷ ଡାକ୍ତର ନିୟୋଜିତ ହୋଇ ନିରନ୍ତର ସେବା ପ୍ରଦାନ କରିଆସୁଛନ୍ତି , ଗ୍ରାମାଞ୍ଚଳ ଓ ଅପହଞ୍ଚ ଏରିଆରେ ଆଲୋପାଥିକ ଡାକ୍ତରଙ୍କ ଅନୁପସ୍ଥିତି ରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଆୟୁଷ ଡାକ୍ତର ମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି ବୋଲି ଏହି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।
ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବହୁତ ସ୍ୱଳ୍ପ ବେତନରେ ଏମାନେ ଦୀର୍ଘ ୧୪ବର୍ଷ ହେଲା ସେବା ପ୍ରଦାନ କରିଆସୁଥିଲେ ମଧ୍ୟ ସରକାର ଏମାନଙ୍କ ନିଯୁକ୍ତିକୁ ନିୟମିତ କରିବାରେ ବୈମାତୃକ ମନୋଭାବ ପୋଷଣ କରିଆସୁଥିବା ସେମାନେ ଉଲ୍ଲେଖ କରିଛନ୍ତି।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଫାର୍ମାସିଷ୍ଟ, ଏ. ନ. ଏମ ଓ ଷ୍ଟାଫ ନର୍ସମାନଙ୍କୁ ନିୟମିତ କରିଅଛନ୍ତି l ବାରମ୍ବାର ସରକାରଙ୍କୁ ନିବେଦନ କରିବା ସତ୍ୱେ କୌଣସି ସୁଫଳ ନମିଳିବାରୁ ରାଜ୍ୟ ସଂଘର ନିଷ୍ପତି ଅନୁସାରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ସରକାର ଯଦି ଆୟୁଷ ଡାକ୍ତର ମାନଙ୍କୁ ନିୟମିତ ନକରନ୍ତି, ତେବେ ଆସନ୍ତା ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଓଡ଼ିଶାର ଆୟୁଷ ଡାକ୍ତର ମାନେ କେବଳ ଆୟୁଷ ଚିକିତ୍ସା ସେବା ଯୋଗାଇବେ ଓ ଅନ୍ୟାନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସେମାନଙ୍କ ଚାକିରୀ ନିୟମିତ ନହେଲା ପର୍ଯ୍ୟନ୍ତ ସରକାରଙ୍କୁ ଅସହଯୋଗ କରିବେବୋଲି ଏକ ଦାବିପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ମିଶନ ନିର୍ଦ୍ଧେଶିକାଙ୍କୁ ଦିଆଯାଇଛି l
ଆଜି ଯାଜପୁର ଆୟୁଷ ଡାକ୍ତର ସଙ୍ଘ ପକ୍ଷରୁ ଡା ନିହାର ରଞ୍ଜନ ମହାପାତ୍ର,ଡା ଅମୁଲ୍ୟ କୁମାର ନାୟକ, ଡା ଚନ୍ଦ୍ରକାନ୍ତି ସାହୁ, ଡା ବିଶ୍ୱଜିତ ନାୟକ, ଡା କୈଳାସ ଚନ୍ଦ୍ର ପତି, ଡା ଅଜିତ ନାୟକ, ଡା ସନ୍ତୋଷ ଦାଶ, ଡା ଶୁଭ୍ରାଂଶୁ ମହାନ୍ତି, ଡା ଚିନ୍ମୟୀ ସାମଲ, ଡା ହୋସେନ ଙ୍କ ସମେତ ୫୦ ରୁ ଉର୍ଦ୍ଧ ଆୟୁଷ ଡାକ୍ତର ଯାଜପୁର ଜ଼ିଲ୍ଲାପାଳ ଓ ସି. ଡି. ଏମ. ଓ. ଙ୍କୁ ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ ଓ ସେମାନଙ୍କ ଦାବି ସେପ୍ଟେମ୍ବର 30ସୁଦ୍ଧା ପୂରଣ ନହେଲେ ଆସନ୍ତା ଗାନ୍ଧୀ ଜୟନ୍ତୀଠାରୁ ଆୟୁଷ ଚିକିତ୍ସା ବ୍ୟତୀତ ଅନ୍ୟାନ୍ନ ସମସ୍ତ କାର୍ଯ୍ୟକ୍ରମରେ ସରକାରଙ୍କୁ ଅସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।

ଯାଜପୁର ଇପିଏ ରୁ ସୁରେଶ କର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.