କାଶୀନଗର ବ୍ଲକରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

0 119

ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ପୁରୁଟିଗୁଡା ଠାରେ ବିଜେପି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କ ତତ୍ତ୍ୱାଧାନରେ ହୋଇଥିଲା । ଏଥିରେ କାଶୀନଗର ବ୍ଲକ ବିଜେଡିର ପୂର୍ବତନ ସଭାପତି ରୋକାମ୍ ସତୀଶ କୁମାରଙ୍କ ନେତୃତ୍ୱରେ ଖାଣ୍ଡବା, ବୁଦୁରା ଓ ଶିଆଳି ପଞ୍ଚାୟତର ଶତାଧିକ କର୍ମୀ ଓ ନେତା ବିଜେପିରେ ମିଶିଛନ୍ତି । ବିଧାୟକ ଶ୍ରୀ ରାଓ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳରେ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହା ଦ୍ୱାରା କାଶୀନଗର ବ୍ଲକରେ ବିଜେପିର ଶକ୍ତି ବୃଦ୍ଧି ପାଇଲା ବୋଲି ଶ୍ରୀ ରାଓ କହିଛନ୍ତି । କାଶୀନଗର ବ୍ଲକ ବିଜେଡିର ପୂର୍ବତନ ସଭାପତି ରୋକାମ ସଭାପତି ୨୦୧୨-୧୭ମସିହା ପର୍ଯ୍ୟନ୍ତ ଖାଣ୍ଡବା ପଞ୍ଚାୟତର ସରପଞ୍ଚ ଥିଲେ । ଶ୍ରୀ ସତୀଶ ତାଙ୍କ ପରିବାର ବିଜୁ ପ୍ରେମୀ ଥିଲେ । କିନ୍ତୁ ବିଜୁ ଜନତା ଦଳ ଯେଉଁ ନୀତି ଆଦର୍ଶ ନେଇ କାର୍ଯ୍ୟ କରୁଥିଲା ତାହା ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁନାହିଁ ।

ତେଣୁ ସେ ବିଜେପିର ଆଦର୍ଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣଙ୍କ ନେତୃତ୍ୱ ପ୍ରତି ଆକର୍ଷିତ ହୋଇ ଦଳରେ ସାମିଲ ହେଲେ ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ ସିମାଦ୍ରୀ, ଗଜପତି ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ, ଖାଣ୍ଡବା ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ଦୋରା,କେ. ସୀତାପୁର ପଞ୍ଚାୟତର ସରପଞ୍ଚ ଡି ରାଜେଶ କୁମାରଙ୍କ ସମେତ ବହୁ ଦଳୀୟ ନେତା ମଞ୍ଚାସୀନ ଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲୀପ କୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.