କାଶ୍ମୀରଠାରେ ଲଗାତାର ହିନ୍ଦୁମାନଙ୍କୁ ନୃଶଂସ ହତ୍ୟାର ପ୍ରତିବାଦରେ ବଜରଙ୍ଗ ଦଳର ବିକ୍ଷୋଭ

0 4

ଦୀର୍ଘ ଦିନ ହେଲା କାଶ୍ମୀରଠାରେ ହିନ୍ଦୁମାନଙ୍କୁ ବାଛି ବାଛି ଲଗାତାର ହତ୍ୟାକାଣ୍ଡ ଘଟିଆସୁଛି । ତେଣୁ କେନ୍ଦ୍ର ବିଶ୍ୱହିନ୍ଦୁ ପରିଷଦ ସଂଗଠନ ନିର୍ଦ୍ଧେଶକ୍ରମେ ସାରା ଭାରତ ବର୍ଷରେ ବିଶ୍ୱ ହିନ୍ଦୁ ପରିଷଦର ଯୁବ ବାହିନୀ ବଜରଙ୍ଗ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ପାକିସ୍ତାନର କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ହୋଇଯାଇଛି | ଏହି ବିକ୍ଷୋଭ ଗଂଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଡା, ଭବାନୀ ଶଙ୍କର ଦାସଙ୍କ ତତ୍ତାବଧ|ନରେ ଯୁବବାହିନୀ ବଜରଙ୍ଗ ଦଳ କାର୍ଯ୍ୟକତ୍ତାମାନେ ଆଜି ରାମଲିଙ୍ଗମ୍ ବନ୍ଧ ନିକଟସ୍ଥ ହନୁମାନ ପ୍ରତମୂତ୍ତୀ ସମ୍ମୁଖରେ ପାକିସ୍ତାନୀ ଜିହାନ୍ଦୀ ଆତଙ୍କବାଦ ବିରୋଧରେ ନାରାବାଜୀ ସହ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରୀପ୍ରେକ୍ଷୀରେ ,ବଜରଙ୍ଗ ଦଳ ଜିଲ୍ଲା ସଂଯୋଯକ ଏନ୍‌. ବାଲାକ୍ରିଷ୍ନା ରେଡି ,ବଜରଙ୍ଗ ଦଳ ଜିଲ୍ଲା ସହସଂଯୋଯକ ଗୋପାଲ କୃଷ୍ନ ସ୍ୱାଇଁ , ଜିଲ୍ଲା ସମ୍ପାଦକ ଡ଼ . ଅରୁଣ ପ୍ରସାଦ ପାଢ଼ୀ , ମହାନଗର ସଭାପତି ଡି. ପ୍ରସାଦ ରାଓ , ରାହୁଲ ପାତ୍ର, ନିଗମନନ୍ଦ ଦାସ , ଚିତ୍ତ ରଞ୍ଜନ ପଣ୍ଡା ,ପ୍ରଶାନ୍ତ ପାଢ଼ୀ ,ଶିବଦତ ଦାସ ,ରବି ଚନ୍ଦ୍ର ବେହେରା ,ଅମିତ ଦାସ ,ଓ ଶତାଧିକ କାର୍ଯ୍ୟକତା ଉପସ୍ଥିତ ଥିଲେ |

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି

Leave A Reply

Your email address will not be published.