କାହା ସ୍ୱାର୍ଥ ରେ ଚାଇଲଡ କମିଶନ ମେମ୍ବର ଙ୍କ ସମୟସୀମା ବୃଦ୍ଧି କରାଗଲା ..?

0 117

ରାଜ୍ୟରେ ଚାଇଲଡ କମିଶନ ମେମ୍ବର ପ୍ରତ୍ୟେକ ତିନି ବର୍ଷରେ ପରିବର୍ତନ କରାଯାଇଥାଏ , ଏହିଥି ପାଇଁ ଯେ ଏହାର ନୀତି ନିୟମ ଅନୁଯାଇ କମିଶନ ମେମ୍ବର ଙ୍କ ସମୟ ସୀମା ତିନି ବର୍ଷ ରଖା ଯାଇଛି । ଅନ୍ୟ ସଦସ୍ୟ ମାନେ ତିନି ବର୍ଷ ରହିବା ପରେ ସେମାନଙ୍କ ସମୟ କାଳ ସରିବାରୁ ସେମାନଙ୍କୁ ବିଦାୟ ଦିଆଯାଇଛି । ସେମାନଙ୍କ ମଧ୍ୟରୁ କାହାରି ସମୟ କାଳ ବୃଦ୍ଧି କରା ଯାଇନି କି କାହାରିକୁ ଉକ୍ତ ସ୍ଥାନରେ ଅବସ୍ଥାପିତ କରା ଯାଇନାହିଁ । ପୂର୍ବରୁ ଯେଉଁ ମାନେ ଏଠାରେ ଅବସ୍ଥାପିତ ହୋଇଛନ୍ତି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ଅଥବା ପୋଷ୍ଟ ଗ୍ରାଜୁଏଟ ଥିଲା ।
ବର୍ତମାନ ଯାହାଙ୍କୁ ଏକ୍ସଟନସନ ଦିଆଯାଇ ମେମ୍ବର ଭାବରେ ଅବସ୍ଥାପିତ କରାଯାଇଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ରକୁ ତର୍ଜମା କରି ଦେଖନ୍ତୁ ।
ଯେବେ ଠାରୁ ରାଜ୍ୟରେ ନବୀନ ଙ୍କ ସରକାର ରେ “ଫାଇବ ଟି ” ସଚିବ ଅବସ୍ଥାପିତ ହୋଇଛନ୍ତି ସେବେ ଠାରୁ ସବୁ କିଛି ସ୍ଵଛ ର ସହିତ ହେଉଛି । ତେବେ ଗତ ଅଗଷ୍ଟ ମାସରେ ବର୍ତମାନର ମେମ୍ବର ଙ୍କର ସମୟ ସୀମା ବୃଦ୍ଧି କିପରି କରାଗଲା ..? ଏବେ ଏହି ସଦସ୍ୟ ଏକ୍ସଟନସନ ପାଇବା ପରେ ନିଜର ଚାରି ଚକିଆ ଗାଡିରେ ସରକାରୀ ଲୋଗୋ ଲଗାଇ ସାରା ରାଜ୍ୟ ଘୁରି ବୁଲୁଛନ୍ତି । ଯାହା ନୀତି ନିୟମ ବିରୁଧ । ସାଧାରଣ ଲୋକେ କହୁଛନ୍ତି , ରାଜ୍ୟ ସରକାର ଙ୍କ ଦାଇତ୍ୱ ଓ କାର୍ଯ୍ୟ ଅଧିକ ବଢି ଯାଇ ଥିବାରୁ ଏପରି ଛୋଟ ମୋଟ ଘଟଣାକୁ ଅଣଦେଖା କରୁଛନ୍ତି । ପଦସ୍ଥ ଅଫିସରମାନେ ବୁଝିବା ଉଚିତ ଯେ ଝିମିଟି ଖେଳରୁ ମହାଭାରତ ର ସୃଷ୍ଟି , ସେହିପରି ଏପରି ଛୋଟ ମୋଟ ଘଟଣା କୁ ଅଣଦେଖା କରି ସରକାର ବଦନାମ ନହୁଅନ୍ତୁ । ଏଥି ପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

ଭୁବନେଶ୍ୱର ଇପିଏରୁ ବିରୁ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.