କୁକୁଡା ଚାଷ କରିବାପାଇଁ ଉନ୍ନତ ମାନର କୁକୁଡା ଛୁଆ ପ୍ରଦାନ

0 7

ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ପାକଟିଆ ଠାରେ ତା 29/10/2021 ରିଖ ଶୁକ୍ରବାର ଦିନ
ଏସ :ଏଚ :ଜୀ :ମିଶନ ଶକ୍ତି ସହାୟତାରେ ପ୍ରତ୍ୟେକ ହିତଧୀକାରୀ ଙ୍କୁ ସ୍ବାବଲମ୍ବନଶୀଳ ହେବା ସକାଶେ ମାଗଣା ରେ ସର୍ବମୋଟ୍ 50 ଜଣ ହିତଧୀକାରୀ ଙ୍କୁ କୁକୁଡା ଚାଷ କରିବାପାଇଁ ଉନ୍ନତ ମାନର କୁକୁଡା ଛୁଆ ପ୍ରତ୍ୟେକ ଙ୍କୁ 30 ଟି ଓ ଖାଦ୍ୟ 50 କେ.ଜି. ଲେଖାଏଁ ବଣ୍ଟନ କରାଯାଇଛି | ଏହା ପୂର୍ବରୁ ମଧ୍ୟ ପାକଟିଆ ଗ୍ରାମ ପଞ୍ଚାୟତ ର ମା ତାରିଣୀ ଏସ. ଏଚ. ଜୀ. ଗ୍ରୁପ୍,ପାକଟିଆ : ଓ କାପୁର ମଲ୍ଲୀ ଏସ. ଏଚ. ଜୀ. ଗ୍ରୁପ୍ କୁ ଉନ୍ନତ ମାନର ମାଛ ଯାଆଁଳ ଓ ୫ କ୍ୟୁଇଣ୍ଟାଲ ଲେଖାଏଁ ଏବଂ ହଳଦୀ ଓ ହରଡ ଚାଷ କରିବାପାଇଁ ମା ତାରିଣୀ ଗ୍ରୁପ୍, କାପୁର ମଲ୍ଲୀ ଗ୍ରୁପ୍ ଏବଂ କାବେରୀ ଗ୍ରୁପ୍ ର ପ୍ରତ୍ୟେକ ହିତଧୀକାରୀ ମାନଙ୍କୁ ଉନ୍ନତ ମାନର ହଳଦୀ ବିହନ 2 କୁଇଣ୍ଟାଲ ଓ ହରଡ ବିହନ ଏକ କୁଇଣ୍ଟାଲ ଲେଖାଏଁ ବଣ୍ଟନ କରିଥିଲେ | ସରକାରଙ୍କ ଏହି ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ସ୍ବାବଲମ୍ବନଶୀଳ ହେବା ପାଇଁ ଯେଉଁ ଆଦିବାସୀ ଗ୍ରୁପ୍ ମାନେ ପଦକ୍ଷେପ ନେଇ ଉପକୃତ ହୋଇଛନ୍ତି ତାହା ଏବେ ଜନ ସାଧାରଣ ରେ ଚର୍ଚାର ବିଷୟ ପାଲଟିଛି |

ମୟୁରଭଂଜ ଜିଲ୍ଲା ଇପିଏରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.