କୁକୁର କାମୁଡିବା ଲୋକକୁ ଦେଲେ କରୋନା ଟୀକା

0 12

ରାଞ୍ଚି : ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା। ସାମ୍ନାକୁ ଆସିଲା ଭୟାନକ ଚିତ୍ର। କୁକୁର କାମୁଡିବା ଟିକା ବଦଳରେ ବ୍ୟକ୍ତିଙ୍କୁ ଦେଇଦେଲେ କରୋନା ଟିକା। ଝାଡଖଣ୍ଡର ପଲାମୁ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା।ସୂଚନା ମୁତାବକ, ଶନିବାର ନ୍ୟାଡିହା ଗାଁର ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡି ଥିଲା। ଏହାପରେ ସେ ପାଟନ ପ୍ରଖଣ୍ଡ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ କୁକୁର କାମୁଡିବା ଟିକା ନେବାକୁ ଯାଇଥିଲେ। କିନ୍ତୁ ସେଠାକାର ଜଣେ ସ୍ୱାସ୍ଥ୍ୟକର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଆଣ୍ଟି ରେବିଜ ଟିକା ଦେବା ବଦଳରେ କରୋନା ଟିକା ଦେଇଥିବା ଅଭିଯୋଗ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ୫୦ ବର୍ଷୀୟ ରାଜୁ ପୂର୍ବରୁ କରୋନା ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି। ଏବେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁଁ ତାଙ୍କୁ କୁକୁର କାମୁଡା ଟିକା ବଦଳରେ ପୁଣି ଥରେ କରୋନା ଟିକା ଦିଆଯାଇଛି।ସେପଟେ ଏନେଇ ପାଲାମୁ ଅଞ୍ଚଳର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଭିଲ ସର୍ଜନ) ଡକ୍ଟର ଅନିଲ କୁମାର କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ଅବହେଳା ମାମଲା। ଏହି ମାମଲାର ଉଚିତ ତଦନ୍ତ ହେବ। ତଦନ୍ତ ପାଇଁ ଡକ୍ଟର ସାଂସଦ ସିଂଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଦଳ ତଦନ୍ତ ପାଇଁ ପାଟନକୁ ଯିବେ।ବର୍ତ୍ତମାନ ରୋଗୀର ଅବସ୍ଥା ସ୍ୱାଭାବିକ ରହିଛି। ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡକ୍ଟର ଅନିଲ କୁମାର କହିଛନ୍ତି।

ଇପିଏ ରୁ ବିରଞ୍ଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.