କୃଷି ଆଇନି ପ୍ରତ୍ୟାହାର ଦାବୀ ରେ ପୁରୀ ରେ ରେଳରୋକ

0 3

ତିନି କଳା କୃଷକ ବିରୋଧୀ କୃଷି ଆଇନି ରଦ୍ଦ, ସମସ୍ତ କୃଷି ଜାତ ସାମଗ୍ରୀ ରେ ଏମ ଏସ ପି ଦେବା, ଉତ୍ତର ପ୍ରଦେଶ ଲକ୍ଷ୍ମୀ ପୁର ଖେରୀ ରେ ବିଜେପି ମନ୍ତୀ ଙ୍କ ପୁଅ ଓ ତାଙ୍କ ଗୁଣ୍ଡା ମାନଙ୍କ ଦ୍ୱାରା ଆନ୍ଦୋଳନ ରତକୃଷକ ମାନଙ୍କ ଗଣ ହତ୍ୟା ର ନିରପେକ୍ଷ ତଦନ୍ତ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଙ୍କୁ ବରଖାସ୍ତ ଦାବୀ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ପୁରୀ ତରଫରୁ ପୁରୀ ରେଳ ଷ୍ଟେସନ ରେ ଆଜି ରେଳ ରୋକ କରାଯାଇଛି l ଏହି ଆନ୍ଦୋଳନ ରେ କିଷାନ ମୋର୍ଚ୍ଚା ର ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ପ୍ରଦୀପ ମହାନ୍ତି, ଭୀମସେନ ସ୍ୱାଇଁ,ଗୋବିନ୍ଦ ମହାପାତ୍ର, ସୂର୍ଯ୍ୟ ରଥ, ମୋହନ ନାଇଡୁ ପ୍ରମୁଖ କହିଲେ ଯେ ମୋଦୀ ସରକାର କୃଷି ଆଇନି ଆଣି କୃଷକ ତଥା ଖାଉଟି ଙ୍କୁ କମ୍ପାନୀ ପାଖରେ ସମର୍ପଣ କରିଦେଲେ l ଦର ହୁ ହୁ ହୋଇ ବଢୁଛି. ସରକାରଙ୍କ ଲଗାମ ନାହିଁ. କରୋନା ଆଳ ରେ ଦେଶ ର ସମ୍ପଦ କୁ କର୍ପୋରେଟ ହାତରେ ଟେକି ଦେଲେ l ଲୋକଙ୍କ ହାତରେ କାମ ନାହିଁ l କି ରୋଜଗାର ନାହିଁ l ବିଶ୍ୱ କ୍ଷୁଧା ତାଲିକା ରେ ଭାରତ ୯୬ ସ୍ଥାନ ରୁ ତଳକୁ ଖସି ୧୦୧ ରେ ପହଁଚିଲା l ଭୋକିଲା ଙ୍କ ତାଲିକା ବଢୁଛି l ସେପଟେ କୋଟି ପତି ଆରବ ପତି ଙ୍କ ତାଲିକା ବି ଲମ୍ବୁଚି l ସେପଟେ ପେଟ୍ରୋଲ ଡିଜେଲ ଗ୍ୟାସ ଦର ଆକାଶ ଛୁଆଁ l ଗରିବ ଲୋକଙ୍କ ଠାରୁ ଟିକସ ଆଦାୟ, ଧନୀ ମାନଙ୍କୁ ଟିକସ ଛାଡ଼.ସରକାରଙ୍କ ଘରୋଇ ମଣ୍ଡି ଆଇନି, ଠିକା ଚାଷ ଆଇନି, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନି ଜନ ବିରୋଧୀ l ଏହି ନୀତି କୁ ଆଜି ଦେଶ ବ୍ୟାପି ବିରୋଧ ଚାଲିଛି. ଦେଶ ରକ୍ଷା କରିବାକୁ ହେଲେ ମୋଦୀ ସରକାର କୁ ଶାସନ କ୍ଷମତା ରୁ ହଟାଇବା ନାରା ଦେଇଥିଲେ l ରେଳବାଇ କୁ ଭାଗ ଭାଗ କରି ଘରୋଇ ହାତରେ ସରକାର ଟେକି ଦେଇ ଥିବାରୁ ମୋଦୀ ସରକାର କୁ ତୀବ୍ର ସମାଲୋଚନା କରିଥିଲେ l ଏଥିରେ ଟୁନା ନାୟକ ମନୋରଞ୍ଜନ ମହାରଣା,ପୀତବାସ ବେହେରା , ବିଭୁତି ରାଉତରାୟ ବସନ୍ତ ମହାନ୍ତି, ପ୍ରମୋଦ ବେହେରା, ଜ୍ୟୋତି ପ୍ରକାଶ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ l

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.