କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ

0 4

ରାୟଗଡ଼ ଜିଲ୍ଲାର ରବି ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡାଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ଵାରା ଆହୁତ ଏହି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ସଭାପତିତ୍ଵ କରିଥିଲେ । ଏହି ବୈଠକରେ ବିହନ ଓ ସାର ଯୋଗାଣ , ଫସଲଋଣ , ମାଟି ପରୀକ୍ଷା ଓ ମୂର୍ତ୍ତିକ। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ , ସମନ୍ନିତ ରୋଗ ପୋକ ପରିଚାଳନା , ଜୈବିକ କୃଷି, ଧାନ ପରିବର୍ତେ ଅଣଧ।ନ ଚାଷ , ଫାର୍ମ ପୋଖରୀ ଓ କୃଷକ ତାଲିମ ଉପରେ ବିଷାଦ ଭାବେ ଆଲୋଚନା କରଯାଇଥିଲା । ଜିଲ୍ଲାପାଳଙ୍କ ନେତୃତରେ ଗତ ଖରିଫ ଋତୁରେ ସାର ବଣ୍ଟନ ଓ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ସୁରୁଖୁରୁରେ କାର୍ଯ୍ୟକାରି ହୋଇଥିବାରୁ ସନ୍ତୋଷ ପ୍ରାକାଶ କରଯାଇଥିଲା । ମୋଟ ୧୮୬୩୬୦ ହେକ୍ଟର ଜମି ରେ ଖରିଫ ଫସଲ ମଧ୍ୟରୁ ଧାନ ୪୬୬୩୦ ହେକ୍ଟର କପା ୪୫୦୮୪ ହେକ୍ଟର ମଣ୍ଡିଆ ୨୦୨୩୨ ହେକ୍ଟର ଓ ହରଡ ୧୪୩୨୩ ହେକ୍ଟର ମୁଖ୍ୟ ଫସଲ ଭାବରେ ଚାଷ କରାଯାଇଅଛି । ଚଳିତ ବର୍ଷ ଅନୁକୂଳ ପାଣିପାଗ ଥିବାରୁ କପା ଉପ୍ତାଦନ ୬୯୦୦୦୦ କୁଇଣ୍ଟାଲ ଆଶା କରାଯାଉଅଛି । କପାର ସର୍ବନିମ୍ନ ସହାୟକ ମୂଲ୍ୟ ୬୦୨୫ କୁଇଣ୍ଟାଲ ଥିଲେ ମଧ୍ୟ ଖୋଲା ବଜାରରେ ଏହା ପ୍ରାୟ ୭୦୦୦ରୁ ଅଧିକ ଥିବାରୁ ଚାଷୀ ବିଶେଷ ଲାଭବାନ ହେବେ ବୋଲି ଭାରତୀୟ କପା ନିଗମର ସହକାରୀ ମ୍ୟାନେଜର ସଭାରେ ପ୍ରକାଶ କରିଥିଲେ । ଚଳିତ ବର୍ଷ କନ୍ଧମାଳ ଓ କୋରାପୁଟ ଜିଲ୍ଲାର କପା ଚାଷୀମାନେ ରାୟଗଡ଼ ସ୍ଥିତ ମିଲ ଗୁଡିକରେ କପା ବିକ୍ରୟ କରିବାପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଈ-ନାମ ଜରିଆରେ ବିକ୍ରି କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ସଚିବମାନଙ୍କୁ ନିର୍ଦେଶ ଦେଇଥିଲେ । ରାୟଗଡ଼ ଜିଲ୍ଲାର ଓଡିଶା ମିଲେଟ ମିଶନ ଏକ ସଫଳ ରୂପାୟନ। ଏ ବର୍ଷ ପ୍ରାୟ ୪୦୦୦୦ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଚାଷୀମାନେ କିପରି ସୁରୁଖୁରୁରେ ମାଣ୍ଡିଆ ବିକ୍ରୟ କରି ୩ ଦିନ ମଧ୍ୟରେ ତାଙ୍କର ପ୍ରାପ୍ୟ ପାଇବେ ତାହା ଧ୍ୟାନ ଦେବାକୁ ଜିଲ୍ଲାପାଳ ଆଦିବାସୀ ଉନ୍ନୟନ ସାଖାପରିଚାଳକଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ୬୦୦୦ କୁଇଣ୍ଟାଲ ହରଡ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରାଯାଇଅଛି । ଚାଷୀ ମାନେ ଅଭାବି ବିକ୍ରିର ଯେପରି ସନ୍ମୁଖୀନ ନହୁଅନ୍ତି ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ଵୟ ରକ୍ଷା କାରୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
ରବି ଋତୁରେ ସୂର୍ଯ୍ୟମୁଖି ଚାଷ ଅଧିକରୁ ଅଧିକ ଜମିରେ କରିବା ଓ ଜଳ ସେଚନର ସଦୁପଯୋଗ କରି ଫସଲ କରିବା ପାଇଁ ଜିଲ୍ଲାପାଳ କୃଷି ବିଭାଗର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏ ବର୍ଷ ରବି ଋତୁରେ ବଡନାଳ ଜଳସେଚନ ପ୍ରକଳ୍ପ ରୁ ଜଳ ସେଚନ ହେବନାହିଁ । ତେଣୁ ଅଣ ଧାନ ଚାଷ, ସାର ଓ ବିହନ ଯୋଗାଣ, ଜୈବିକ କୃଷି ,ମାଟି ପରୀକ୍ଷା ଆଦି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ଗୁରୁତ୍ଵ ଆରୋପ କରିଥିଲେ ।ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯଥା ଉଦ୍ୟାନ କୃଷି ନିର୍ଦ୍ଦେଶକ ,ଭାରତୀୟ କପା ନିଗମର ଏଜିଏମ ,ଅଗ୍ରଣୀ ବ୍ୟାଙ୍କ ମେନେଜର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ସମବାୟ ଉପ ନିବନ୍ଧକ , କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ , ବଡନାଳ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ , ଉଠା ଜଳ ସେଚନ ନିଗମର ନିର୍ବାହିଯନ୍ତ୍ରୀ, ମଧ୍ୟମ ଜଳସେଚନ ପ୍ରୋଯେକ୍ଟର ନିର୍ବାହିଯନ୍ତ୍ରୀ, କୃଷି ଯନ୍ତ୍ରପାତି ବିଭାଗର ନିର୍ବାହିଯନ୍ତ୍ରୀ, ରାୟଗଡ଼,ମୁନିଗୁଡା ଓ ଗୁଣୁପୁର ର କୃଷି ଜିଲ୍ଲା ଅଧିକାରୀ , ଜିଲ୍ଲା ମ୍ୟାନେଜର, ଓଡିଶା କୃଷି ଶିଳ୍ପ ନିଗମ , ଜୋନାଲ ମାନେଜର , ରାଜ୍ୟ ବିହନ ନିଗମ , ଜୟପୁର ଓ ବିଭିନ୍ନ ସାର ଯୋଗାଣ କାରୀ କମ୍ପାନୀ ମାନଙ୍କର ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବହୁତ ଫଳପ୍ରଦ ଆଲୋଚନା କରିଥିଲେ ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.