କେନାଲରେ ବୁଡି ଜଣେ ମୃତ

0 6

ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର କାହ୍ନୁ ମୁଣ୍ଡା(୪୦) କେନାଲରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛି । ଦିନ ପ୍ରାୟ ୧୧.୩୦ ମି. ସମୟରେ କାହ୍ନୁ ଶୌଚ ପାଇଁ କେନାଲକୁ ଯାଇ ବୁଡିଯାଇଥିଲା । ସୂଚନା ପାଇ ସ୍ଥାନୀୟ ଦମକଳକେନ୍ଦ୍ର କର୍ମଚାରୀ ଖୋଜାଖୋଜି କରି କାହ୍ନୁକୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର କାହ୍ନୁକୁ ମୃତ ଘୋଷଣା କରିଥିଲେ । ମେଡିକାଲରୁ ସୂଚନା ପାଇ ପୁଲିସ ଶବ ଜବତ କରିଥିଲା । କାହ୍ନୁର ଭଉଣୀ ଅଭିଯୋଗ କ୍ରମେ ଥାନାରେ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ।
ବ୍ଲକ ଇପିଏରୁ ପ୍ରଦୀପ କୁମାର ସାହୁ ଙ୍କ ରିପୋର୍ଟ

ଭଣ୍ଡାରିପୋଖରୀ ଇପିଏ ରୁ ବିରଞ୍ଚିନାରୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.