
ସଡକ ଯାତାୟାତ ବ୍ୟାହତ
ଚାଷଜମିକୁ କେନାଲ ପାଣି ଦାବିରେ ଗୁନଗୁନିଆ ଠାରେ ମୋଟେର-ମୁଖିଗୁଡ଼ା ରାସ୍ତା ଅବରୋଧ କଲେ ଚାଷୀ, ଚଳିତ ରବିଋତୁ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି ଚାଷୀ।ଇନ୍ଦ୍ରାବତୀ ଡ୍ୟାମରେ ପାଣି ନଥିବାରୁ କେବଳ ୭ କିମି ଯାଏଁ ଜଳସେଚନ କରାଯିବାକୁ ନିଷ୍ପତ୍ତି ହୋଇଛି, ୨୫କିମି ଯାଏଁ ଜଳସେଚନ କରିବାକୁ ୧୩ ଗୋଟି ପାଣି ପଞ୍ଚାୟତର ଚାଷୀମାନେ ଦାବି କରି ଆଜି ଗୁନଗୁନିଆ ଛକ ଠାରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।ଦାବି ପୁରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବାକୁ ଚାଷୀ ମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )